Latest Odisha News

BREAKING NEWS

Earthquake: ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ଟୋକିଓ: ଜାପାନରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୬ ରହିଥିଲା । ଏହା ପରେ ଜାପାନର ଉତ୍ତର-ପୂର୍ବ ଉପକୂଳ ପାଇଁ ୩ ମିଟର ପର୍ଯ୍ୟନ୍ତ ସୁନାମି ଆସିପାରେ ବୋଲି ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି ।

ସୋମବାର ରାତି ପ୍ରାୟ ୧୧ଟା୧୫ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଳମ୍ବିତ ରାତିରେ ଲୋକମାନେ ଶୋଇ ଥିବାବେଳେ ଏହି ଭୂମିକମ୍ପ ଆସିଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।

ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରକୂଳ ବୋଲି ଜାପାନ ପାଣିପାଗ ସଂସ୍ଥା (JMA) ସୂଚନା ଦେଇଛି । ଜେଏମଏ କହିଛି ଯେ ସମୁଦ୍ର ଅଶାନ୍ତ ଅଛି ଓ ଖୁବଶୀଘ୍ର ସୁନାମୀ ଆସିପାରେ । ଏଜେନ୍ସି ଲୋକମାନଙ୍କୁ ବେଳାଭୂମିରୁ ଦୂରେଇ ରହିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛି ।

କର୍ତ୍ତୃପକ୍ଷ ଉପକୂଳବାସୀଙ୍କୁ ତୁରନ୍ତ ଉଚ୍ଚ ଭୂମିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ହୋକ୍କାଇଡୋ, ଆଓମୋରି ଏବଂ ଇୱାଟେ ପ୍ରାନ୍ତ ପାଇଁ ଏହି ଚେତାବନୀ ଜାରି କରାଯାଇଛି, ଯେଉଁଠାରେ ସର୍ବାଧିକ ରହିଛି ।

Leave A Reply

Your email address will not be published.