Latest Odisha News

BREAKING NEWS

ବ୍ରହ୍ମପୁରରେ ବଡ଼ ଧରଣର ରେଡ୍‌; ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର:ସାବାଡ ହେବେ ଅପରାଧି । ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ୭ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଗୁଳି, ବନ୍ଧୁକ, ଟଙ୍କା ଆଦି ସାମଗ୍ରୀ ଜବତ ହୋଇଛି।

ଖବରମୁତାବକ, ଅଭିଯୁକ୍ତମାନେ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଏହି ଆଧରରେ ଗୋଷାଣୀନୂଆଗାଁ ଓ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ମିଳିତ ଚଢ଼ାଉ କରାଯାଇ ଗୋଷାଣୀନୂଆଗାଁ ଅଞ୍ଚଳରୁ ୫ ଜଣ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଦୁଇଜଣଙ୍କୁ ଗିରଫ କରଯାଇଛି ।

ଗୋଷାଣୀନୂଆଗାଁ ଅଞ୍ଚଳରୁ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୯ଟି ଜୀବନ୍ତ ଗୁଳି,ଦେଶୀ ପିସ୍ତଲ, ଗୋଟିଏ ସ୍ବଦେଶୀ ଏୟାର ଗନ୍, ୫ଟି ଦେଶୀ ବୋମା, ୬ଟି ମୋବାଇଲ ଫୋନ୍, ୨୨ଟି ଏଟିଏମ୍ କାର୍ଡ ଜବତ ହୋଇଛି। ସେହିପରି ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୩ଟି ପିସ୍ତଲ, ୧,୧୧,୫୦୦ ଟଙ୍କା, ୬ଟି ମାଗାଜିନ ଓ ଏକ ଦାମୀ ଚାରିଚକିଆ ଗାଡ଼ି ଜବତ କରାଯାଇଛି ।

 

 

 

 

Comments are closed.