Latest Odisha News

BREAKING NEWS

ଝିଅର ଅଶ୍ଳିଳ ଭିଡିଓକୁ ବିରୋଧ କରିବାରୁ ବିଏସଏଫ ଯବାନଙ୍କୁ ମାରିଦେଲେ, ୭ଜଣ ଗିରଫ

ଗୁଜରାଟ : ଝିଅର ଅଶ୍ଳିଳ ଭିଡିଓ ଭାଇରାଲ ହେବାରୁ ଅଟକାଇବାରୁ ଜଣେ ବାପାଙ୍କୁ ଜୀବନ ହାରିବାକୁ ପଡିଛି । ଗୁଜରାଟରେ ଏପରି ଘଟଣା ଏବେ ଲୋକଙ୍କୁ ହତୋଚକିତ କରିଛି । ମୃତ ବ୍ୟକ୍ତି ଜଣକ ଜଣେ ବିଏସଏଫ ଯବାନ । ପୋଲିସ ଏହି ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ସପ୍ତାହ ନାଦିଆଦ୍ ଠାରେ ବିଏସଏଫ ଯବାନ ମେଲଜିଭାଇ ବାଘେଲାଙ୍କୁ ହତ୍ୟା କରିଥିଲେ ଏହି ୭ ଜଣ ।

ଝିଅର ଅଶ୍ଳିଳ ଭିଡିଓ କରି ଭାଇରାଲ କରିଥିବାରୁ ମୁଖ୍ୟ ଅଭିଯୁକ୍ତ ଶୈଳେଶ ଯାଦବଙ୍କ ଘରକୁ ଯାଇ ନିବେଦନ କରିଥିଲେ ମେଲଜିଆଇ । ସେତେବେଳେ ଶୈଳେଶ ଘରେ ଉପସ୍ଥିତ ନଥିଲେ । ହେଲେ ମେଲଜିଭାଇଙ୍କୁ ଶୈଳେଶଙ୍କ ବାପା ଦିନେଶ ଯାଦବ, କକା ଅରବିନ୍ଦ ଯାଦବ ଓ ପରିବାରର ଅନ୍ୟ ସଦସ୍ୟମାନେ ବାଡି ଓ ଧାରୁଆ ଅସ୍ତ୍ରରେ ମୁଖ୍ୟ ଅଭିଯୁକ୍ତ ଶୈଳେଶ ଯାଦବଙ୍କ ସହ ଅନ୍ୟମାନେ ମରଣାନ୍ତକ ଆକ୍ରମଣ  କରିଥିଲେ । ଫଳରେ ମେଲଜିଭାଇଙ୍କ ମୃତ୍ୟୁ ହୋଇଥିଲା ଓ ଘଟଣାରେ ମେଲଜିଭାଇଙ୍କ ପୁଅ ନବଦୀପ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅହମ୍ମଦାବାଦ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ପତ୍ନୀଙ୍କ ଏତଲାକ୍ରମେ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୨ଜଣ ମହିଳା ମଧ୍ୟ ଅଛନ୍ତି । ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ମେଲଜିଭାଇ ବିଏସଏଫ୍ ୫୬ ବାଟାଲିଅନରେ କନଷ୍ଟେବଲ ଅଛନ୍ତି ।

Leave A Reply

Your email address will not be published.