Latest Odisha News

BREAKING NEWS

ବୟକଟ ଟ୍ରେଣ୍ଡ ଭିତରେ ଶାହାରୁଖଙ୍କ ଉପରେ ଲାଗିଛି ୭୦୦ କୋଟିର ବଜେଟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସତେ ଯେପରି ବଲିଉଡରେ ତାଙ୍କ ଅଭିଶାନ ଲାଗିଯାଇଛି । ଗୋଟିଏ ପରେ ଗୋଟିଏ ବିଗ ବଜେଟ ଫିଲ୍ମ ଧରାଶାୟୀ ହେବାରେ ଲାଗିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୟକଟ ଗ୍ରୁପ । ରିପୋର୍ଟ ମୁତାବକ ୨୦୨୩/୨୪ରେ ଶାହାରୁଖଙ୍କ ୩ଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ମେକର୍ସମାନେ ଶାହାରୁଖଙ୍କ ଉପରେ ୭୦୦ କୋଟି ଟଙ୍କାର ବାଜି ଲଗେଇଛନ୍ତି । ଏହି ୩ଟି ଫିଲ୍ମ ହେଲା ଏଟଲୀଙ୍କ ଯବାନ, ସିଦ୍ଧାର୍ଥ ଆନନ୍ଦଙ୍କ ପଠାନ ଓ ରାଜକୁମାର ହିରାନୀଙ୍କ ଡଙ୍କି । ୨୦୧୮ରେ ଶାହାରୁଖଙ୍କ ଜୀରୋ ଫିଲ୍ମ ବକ୍ସ ଅଫିସରେ ଧରାଶାୟୀ ହୋଇଥିଲା । ସେବେଠାରୁ ତାଙ୍କର ଏକ ବିଗ ହିଟକୁ ସମସ୍ତେ ଅପେକ୍ଷା କରିଛନ୍ତି । ୪ ବର୍ଷ ମଧ୍ୟରେ ବ୍ରହ୍ମାସ୍ତ୍ର ଓ ରକେଟ୍ରିରେ ଅତିଥି କଳାକାର ଭାବେ ସମ୍ମୁଖକୁ ଆସିଛନ୍ତି ।

ଉପରୋକ୍ତ ମେକର୍ସଙ୍କ ଟ୍ରାକ ରେକର୍ଡ ଭଲ ଥିବାରୁ ସେମାନଙ୍କୁ ଶାହାରୁଖ ସମ୍ପୂର୍ଣ୍ଣ ଭରୋଷା କରିଛନ୍ତି । ଆଉ ଯଦି ଏହି ଫିଲ୍ମ ନ ଚାଲେ ତାହାହେଲେ ବାଦଶାହଙ୍କ ବଲିଉଡ ରାଜୁତି ଏକ ପ୍ରକାର ଶେଷ ହୋଇଯିବ । ରିପୋର୍ଟ ମୁତାବକ ଯବାନରେ ୨୦୦, ଡଙ୍କି ୨୫୦ ଓ ପଠାନ ୨୫୦ କୋଟି ବଜେଟରେ ନିର୍ମିତ ହୋଇଛି । ବୟକଟ ଗ୍ରୁପଙ୍କ ନଜର ଏବେ ପଠାନ ଉପରେ ରହିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.