ପୁଡ଼ୁଚେରୀ: ପ୍ରଥମେ ବୋମା ଫିଙ୍ଗିବା ପରେ ବିଜେପି କର୍ମୀଙ୍କୁ ଗଳା କାଟି ହତ୍ୟା କଲେ। ରବିବାର ପୁଡ଼ିଚେରୀରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୁଲିସ ସୂଚନା ଅନୁସାରେ ଗତକାଲି ରାତି ୯ଟା ବେଳେ ପୁଡ଼ୁଚେରୀର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି।
କନୁଭପେଟ୍ଟାଇର ୪୫ ବର୍ଷୀୟ ସେନ୍ଥିଲ କୁମାର ରାତି ପ୍ରାୟ ୯ଟା ବେଳେ ଏକ ବେକେରୀ ଷ୍ଟୋର ସାମ୍ନାରେ ଛିଡ଼ା ହୋଇଥିଲେ। ଏହି ସମୟରେ ୭ ବାଇକ୍ ସବାର ଯୁବକ ହଠାତ୍ ସେଠାରେ ପହଞ୍ଚି ସେନ୍ଥିଲଙ୍କ ଉପରେ ପ୍ରଥମେ ବୋମାମାଡ କରିଥିଲେ। ଏହାପରେ ସେ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ଗଳା କାଟି ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଥିଲେ।
୪୫ ବର୍ଷୀୟ ସେନ୍ଥିଲ କୁମାର ପୁଡୁତେରୀ ଗୃହମନ୍ତ୍ରୀ ଏ. ନମଶିବାୟମଙ୍କର ନିକଟତର ଥିଲେ ବୋଲି କୁହାଯାଉଛି। ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ସଠାରେ ଲୋକ ଠୁଳ ହୋଇଯାଇଥିଲେ। ପୁଡ଼ୁଚେରୀ ଗୃହମନ୍ତ୍ରୀ ମଧ୍ୟ ସେନ୍ଥିଲ କୁମାରଙ୍କର ମୃତଦେହ ଦେଖି ଧୈର୍ଯ୍ୟ ଧରି ରହି ନପାରି କାନ୍ଦି ପକାଇଥିଲେ।
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା ସହିତ ସିସିଟିଭି ଫୁଟେଜ୍ ନେଇ ତଦନ୍ତ ଆରମ୍ଭ କରିଦେଇଛି। ସିସିଟିଭି ଫୁଟେଜ୍ରେ ବୋମା ଫିଙ୍ଗିବାର ଦୃଶ୍ୟ କ୍ଲିୟର ଦେଖାଯାଉଛି।
Comments are closed.