Latest Odisha News

BREAKING NEWS

ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଯୁବକୁ ଗିରଫ କଲା ପୁଲିସ। ଗିରଫ ଅଫିଯୁକ୍ତ ହେଲେ ରାଜସ୍ଥାନ ଯୋଧପୁରର ୨୧ ବର୍ଷୀୟ ଧାକଡ ରାମ ବିଷ୍ଣୋଇ। ମୁମ୍ବାଇ ପୁଲିସ ଓ ରାଜସ୍ଥାନ ପୁଲିସ ମିଳିତ ଭାବେ ଚଢ଼ାଉ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛନ୍ତି।

କିଛିଦିନ ତଳେ ଅଭିଯୁକ୍ତ ଜଣଙ୍କ ସଲମାନ ଖାନ୍‌ଙ୍କ ଅଫିସ୍‌କୁ ଧମକପୂର୍ଣ୍ଣେ ଇ-ମେଲ୍‌ ପଠାଇଥିଲା। ସଲମାନ ତୁମର ମୁସେଲୱାଲାଙ୍କ ଭଳି ଅବସ୍ଥା ହେବ ବୋଲି ଏଥିରେ ଲେଖାଯାଇଥିଲା। ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସଲମାନଙ୍କ ଅଫିସର ଗୁଞ୍ଜଲକର ନାମକ ବ୍ୟକ୍ତି ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରି ଅପରାଧିକୁ ଟ୍ରାସ୍ କରିବାକୁ ଚେଷ୍ଟା କରିଥିଲା। ଟେକ୍ନିକାଲ ସହଯୋଗୀଙ୍କ ସାହାଯ୍ୟରେ ଅଭିଯୁକ୍ତର ଲୋକେସନ ଲୁନିର ଲୋହିଚା କଲାନ ଗାଁରେ ବୋଲି ସୂଚନା ମିଳିଥିଲା। ଏହାପରେ ଉଭୟ ପୁଲିସ ମିଶି ଚଢାଉ କରି ଧାକଡ ରାମ ବିଷ୍ଣୋଇକୁ ଗିରଫ କରିଛନ୍ତି।

ପୁଲିସର ସୂଚନା ଅନୁସାରେ, ଧାକଡ଼ ବିଷ୍ଣୋଇ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ପୂର୍ବରୁ ଏକ ଆର୍ମ୍ସ ଆକ୍ଟରେ ସେ କୋର୍ଟରୁ ବେଲ୍ ପାଇ ଜେଲ୍‌ରୁ ମୁକୁଳିଥିଲା। ତା’ଘର ରାଜସ୍ଥାନ ଯୋଧପୁରର ଲୁନି ଥାନା ଅଧିନସ୍ଥ ରୋହିଚା କଲାନ ଗାଁରେ ବୋଲି ପୁଲିସ କହିଛି। କେବଳ ସଲମାନଙ୍କ ନୁହେଁ ସିଦ୍ଦୁ ମୁସେୱାଲା ବାପାଙ୍କୁ ମଧ୍ୟ ଧାକଡ ରାମ ଧମକ ଦେଉଥିବା ପୁଲିସ ସୂଚନା ଦେଇଛି।

 

Leave A Reply

Your email address will not be published.