Latest Odisha News

BREAKING NEWS

ଦିଲ୍ଲୀରେ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ବୈଠକ ଡାକିଲେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଶୋଂଧନ ଆଇନ୍ (ସିଏଏ) ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଗତକାଲି ହୋଇଥିବା ହିଂସାକାଣ୍ଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏହା ପ୍ରଭାବରେ ଉତ୍ତର-ପୂର୍ବ ଦିଲ୍ଲୀରେ ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯାଇଛି । ଏହାବ୍ୟତିତ ଦିଲ୍ଲୀରେ ଶାନ୍ତି ଶୃଙ୍ଖଳା ଜାୟ ରଖିବା ଲାଗି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଜନସାଧାରଣଙ୍କୁ ଅପିଲ କରିଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ବିଭିନ୍ନ ରାଜନୈତିକ ଦଳକୁ ନେଇ ଜରୁରୀ ବୈଠକ ଡାକିଛନ୍ତି ।

ଏହାବ୍ୟତିତ ୩୫ ପାରାମିଲିଟାରୀ କମ୍ପାନୀଙ୍କୁ ଉକ୍ତ ଅଞ୍ଚଳ ଗୁଡିକରେ ମୁତୟନ କରାଯାଇଛି । ଉତ୍ତର-ପୂର୍ବ ଦିଲ୍ଲୀର ବିଭିନ୍ନ ଅଂଚଳରେ ୧ମାସ ଯାଏଁ ୧୪୪ ଧାରା ଜାରି କରିଛି ଦିଲ୍ଲୀ ପୋଲିସ।

 

Comments are closed.