Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଅଘଟଣ; ଗରମ ଡାଲି ପଡି ୭ଭକ୍ତ ଆହତ

ପୁରୀ:ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି । ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି । ଗରମ ଡାଲି ପଡ଼ିଥିବା ସମସ୍ତ ଭକ୍ତ ନୟାଗଡ଼ ବାସିନ୍ଦା ବୋଲି କୁହାଯାଉଛି । ଆହତ ୭ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

ସେମାନଙ୍କର ଗୋଡରେ ଗରମଡାଲି ପଡିଯାଇଥିଲା। ଔଷଧ ଲଗାଯିବା ପରେ ସେମାନେ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି।

ସୂଚନା ଅନୁସାରେ, ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆଜି ଶେଷ ରବିବାର ଥିବାରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଥିଲା। ଭୋଗ ମଣ୍ଡପ ଉଠିବା ପରେ ଅପରାହ୍‌ଣ ସମୟରେ ବୋଝିଆ ସେବାୟତମାନେ ଗରମ ଡାଲି ନେଇ ଯାଉଥିଲେ। ସେମାନଙ୍କର ଅସାବଧାନତା ‌କାରଣରୁ ଗରମ ଡାଲି ପଡ଼ି ଯାଇଥିଲା ଓ ସେଠାରେ ଥିବା ଭକ୍ତମାନେ ଗରମ ଡାଲିର ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣାରେ ୭ ଜଣ ଭକ୍ତ ଆହତ ହୋଇଛନ୍ତି ।

ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଗରମ ଡାଲି ପଡି ଅନେକ ଥର ମହାପ୍ରସାଦ ବୋହୁଥିବା ବୋଝିଆ ମାନେ ଆହତ ହୋଇଥିବାର ନଜିର ରହିଛି। ଭୋଗ ମଣ୍ଡପ ଗୃହ ପାହାଚ ରେ ଖସଡ଼ା ରହୁଥିବା ହେତୁ ଅନେକ ଥର ଦୁର୍ଘଟଣା ଘଟିଥାଏ। ତେବେ ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ବୋଝିଆ ମାନେ ଅଭିଯୋଗ କରିଆସୁଛନ୍ତି।

 

Comments are closed.