Latest Odisha News

ଫେଙ୍ଗଲ ପ୍ରଭାବରେ ଭୂସ୍ଖଳନ: ମାଟି ତଳେ ଦୁଇ ପରିବାର

ପୁଦୁଚେରୀ:  ତାମିଲନାଡୁରେ ଏବେ ଜାରି ରହିଛି ବାତ୍ୟା ଫେଙ୍ଗାଲର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ରାତିରେ ତିରୁବନ୍ନାମଲାଇ ଜିଲ୍ଲାରେ ଭୂସ୍ଖଳନ ଭୂସ୍ଖଳନ ଘଟିଛି। ଫଳରେ ପାହାଡର ତଳିଆ ଅଞ୍ଚଳରେ ଥିବା ଘର ଗୁଡିକ ମାଟି ତଳେ ପୋତି ହୋଇଯାଇଛି। ଏଥିରେ ଦୁଇ ପରିବାରର ମୋଟ ୭ ଜଣ ମାଟି ତଳେ ଦବି ଯାଇଥିବା ଆଶଙ୍କା କରାଯାଉଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ତାମିଲନାଡୁର ତିରୁବନ୍ନାମଲାଇ ଜିଲ୍ଲାର ବାତ୍ୟା ଫେଙ୍ଗାଲ ପ୍ରଭାବରୁ ପ୍ରବଳ ବର୍ଷା ହେତୁ ମାଟି ଅତଡା ଖସିଯିବା ପରେ ଗୋଟିଏ ୭ ଜଣ ସଦସ୍ୟ ଫସି ରହିଥିବାର ଆଶଙ୍କା କରାଯାଇଥିଲା। ମାଟି ତଳେ ତିନୋଟି ଘର ପୋତି ହୋଇଥିବା ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ଭାସ୍କର ପାଣ୍ଡିଆନଙ୍କ କହିବା ଅନୁଯାୟୀ, ଘର ଭିତରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳିନାହିଁ। ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡର ପାଦଦେଶରେ ଅବସ୍ଥିତ ବିଓସି ନାଗରରେ ଏକ ଭୂସ୍ଖଳନ ଘଟି ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟରେ ୩୦ ଟି ଏନଡିଆରଏଫ୍ କର୍ମଚାରୀ ଯୋଗ ଦେଇ ହାଇଡ୍ରୋଲିକ୍ ଲିଫ୍ଟ ଏବଂ ଦୁଇଟି ସ୍ନିଫର୍ କୁକୁର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଦେଇଥିଲେ।

ତେବେ ବାତ୍ୟା ଫେଙ୍ଗାଲ୍ ଶନିବାର ସନ୍ଧ୍ୟାରେ ପୁଡୁଚେରୀ ନିକଟ କରାଇକାଲ୍ ଏବଂ ମହାବାଲିପୁରମ୍ ମଧ୍ୟରେ ଅବତରଣ କରଇଥିବା ବେଳେ ପବନର ବେଗ ପାଖାପାଖି ୯୦-୮୦ କିଲୋମିଟର ରହିଥିବା ରହିଥିଲା। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଏହା ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଚେନ୍ନାଇରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.