Latest Odisha News

BREAKING NEWS

ବର୍ଷା ପବନରେ ମନ୍ଦିର ଉପରେ ଉପୁଡି ପଡିଲା ପୁରୁଣା ନିମ ଗଛ; ୭ ମୃତ, ୩୦ରୁ ଅଧିକ ଆହତ

ଅକୋଲା: ମୁସଳଧାରାରେ ପର୍ଷା ଓ ପବନ ଯୋଗୁ ମନ୍ଦିରର ଟିଣ ଚାଦର ଉପରେ ଉପୁଡ଼ି ପଡ଼ିଲା ପୁରୁଣା ନିମ ଗଛ। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଘଟଣା ଘଟିଛି ମହାରାଷ୍ଟ୍ର ଅକୋଲା ଜିଲ୍ଲା ବାଲାପୁର ବ୍ଲକ୍‌ ପାରସ ଗାଁରେ।

ରବିବାର ସନ୍ଧ୍ୟାରେ ମୁସଳଧାରାରେ ବର୍ଷା ହେଉଥିବାରୁ ନିମ ଗଛଟି ପାଖରେ ଥିବା  ବାବୁଜୀ ମହାରାଜ ମନ୍ଦିର ସଂସ୍ଥାନ ଉପରେ ଉପୁଡ଼ି ପଡ଼ିଥିଲା। ଗଛ ଉପୁଡ଼ିପଡ଼ିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।

ଖବର ପାଇ ପୁଲିସ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଗଛ ହଟାଇ ଫସିଥିବ ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ମେସିନ୍‌ରେ ଗଛ କାଟି ଜେସିବି ଲଗାଇ ଏହାକୁ ହଟାଯାଇଥିଲା। ଏହାପରେ ଧ୍ୱଂଶସ୍ତୁପ ତଳୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୦ ଜଣଙ୍କୁ ଆହତ ମଧ୍ୟ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଅକୋଲା ଜିଲ୍ଲା ପାଳ ନୀମା ଅରୋରାର। ଦୁର୍ଘଟଣାରେ ୩୦ରୁ ୪୦ ଲୋକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.