Latest Odisha News

BREAKING NEWS

ପାକ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରକୁ ପଶିଗଲେ ଅଜଣା ଯୁବକ; ଜାଣି ପାରିଲେନି ସୁରକ୍ଷାକର୍ମୀ

ଇସଲାମବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ତାଙ୍କ ସରକାରୀ ବାସ ଭବନରେ ପଶି ଗଲେ ଜଣେ ଅଜଣା ବ୍ୟକ୍ତି । ବ୍ୟକ୍ତି ଜଣ ଆଫଗାନିସ୍ତାନର ବୋଲି ଜଣାଯାଇଛି ।  ପରେ ସୁରକ୍ଷାକର୍ମୀ ତାଙ୍କୁ ଧରି ପୋଲିସ ଜିମା ଦେବା ପରେ ତାଙ୍କୁ ଆତଙ୍କବାଦ ବିରୋଧୀ ବିଭାଗକୁ ପ୍ରତ୍ୟର୍ପଣ କରାଯାଇଛି । ଉକ୍ତ ବ୍ୟକ୍ତିଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇ ଜେରା କରାଯାଉଛି ।

ଦ ନ୍ୟୁଜ ଇଣ୍ଟନାଶନାଲ ଖବରକାଗଜ ଅନୁସାରେ, ସୁରକ୍ଷା କର୍ମୀ ମୁତୟନ ଥିଲେ ହେଁ ସମସ୍ତଙ୍କ ଆଖିରେ ଧୂଳି ଦେଇ ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀଙ୍କ ବାସ ଭବନକୁ ପଶି ଆସିଥିଲେ । ପୋଲିସ, ଅନ୍ୟ ସୁରକ୍ଷା ଏଜେନ୍ସି ଉକ୍ତ ବ୍ୟକ୍ତିଙ୍କୁ ଘନଘନ ଜେରା କରିବା ପରେ ସେ ଆଫଗାନିସ୍ତାନର ବୋଲି ସ୍ୱୀକାର କରିଛନ୍ତି । ତେବେ ସେ କେଉଁବାଟେ ଏବଂ କେମିତି ପଶିଲେ ତାହା ଜାଣିବା ପାଇଁ  ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଯାଞ୍ଚ କରୁଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ମଧ୍ୟ ଜାରି କରିଛି ସ୍ଥାନୀୟ ପୋଲିସ ।

ଅନ୍ୟ ପକ୍ଷେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଶୁକ୍ରବାର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ବୈଠକରେ ଆତଙ୍କବାଦ ଲୋପ କରିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ । ବୈଠକରେ ସେ କହିଥିଲେ,  ଦେଶରେ ପୁଣି ଆତଙ୍କବାଦ ଫେରୁଛି । ଆଫଗାନସ୍ତାନରେ ଥିବା ବିଭିନ୍ନ ଆତଙ୍କୀ ସଂଗଠନ ପକ୍ଷରୁ ସମର୍ଥନ ମିଳୁଛି । ଏହାର ପରିଣାମ ସ୍ୱରୂପ ଦେଶରେ ଶାନ୍ତି ଏବଂ ସ୍ଥିରତା ନଷ୍ଟ ହେଉଛି ।

Leave A Reply

Your email address will not be published.