Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ମୃତ

ଭବାନୀପାଟଣା/ରାୟଗଡ/ବ୍ରହ୍ମପୁର: ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମଦନପୁର-ରାମପୁର ଥାନା ଅନ୍ତର୍ଗତ ଫାଫଶୀ ଛକ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ମୃତ ଯୁବକମାନେ ହେଲେ ପ୍ରସନ୍ନ ମାଝି, ସନ୍ତୋଷ ଡାକୁଆ ଓ ଆକାଶ ମାଝି ହୋଇଥିବା ବେଳେ ଆହତ ଯୁବକର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ନେଇ ହସ୍ପିଟାଲ ସୁତ୍ରରୁ ପ୍ରକାଶ ।

ସେହିପରି ରାୟଗଡା ଜିଲ୍ଲାର ଅଙ୍ଗୁରୁ ନିକଟରେ ଗୋଟିଏ ବାଇକ ସହ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ କଲ୍ୟାଣସିଂହପୁର ବ୍ଲକର ବୃନ୍ଦାବନ କରକରିଆ ଓ ସଞ୍ଜୟ କରକରିଆ ବୋଲି ଜଣାପଡିଛି ।

ସେମାନେ ରାୟଗହ ସହରରୁ ନିଜ କାମ ସାର ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

ଏହାବ୍ୟତିତ ଗୁରୁବାର ସକାଳେ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡା ଗ୍ରାମର ଜଣେ ଦମ୍ପତିଙ୍କର ପ୍ରାଣହାନୀ ଘଟିଥିଲା । ଦୁହେଁ ନିକଟ ସର୍ମ୍ପକୀୟଙ୍କ ଘରକୁ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା ।

ମୃତ ଦମ୍ପତିଙ୍କ ନାମ ଭଗବାନ ଚଇନୀ ଓ ତାଙ୍କ ସ୍ତ୍ରୀ ଭାରତୀ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.