Latest Odisha News

BREAKING NEWS

ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କି: କଟକ ଜିଲ୍ଲାର ଏକ ବିଦ୍ୟାଳୟର ଜନୈକ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥିଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।

BjdElectrycity

ସେ ତୁଳସୀପୁରର ରଗଣୀ ସାହିରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ସମୟରେ ସେ ଲାଞ୍ଚ ନେବାବେଳେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.