ତାମିଲନାଡୁ: ଜଲ୍ଲିକାଟୁ ପ୍ରତିଯୋଗିତାରେ ଅଘଟଣ । ବିଭିନ୍ନ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଉର୍ଦ୍ଧ୍ଵ ଆହତ । ତାମିଲନାଡୁରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଖବର । ପ୍ରତିଯୋଗିତାରେ ୬ ଜଣ ଦର୍ଶକଙ୍କ ସହ ଜଣେ ପ୍ରତିଯୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ମୃତାହତମାନେ ମଦୁରାଇ, ଶିବଗଙ୍ଗା ସମେତ ୫ ଅଞ୍ଚଳର ହୋଇଥିବା ନେଇ ଜଣାପଡିଛି ।
ସୂଚନା ଅନୁସାରେ, ତାମିଲନାଡ଼ୁର ଅନେକ ସ୍ଥାନରେ ଜଲ୍ଲିକାଟୁ ପ୍ରତିଯୋଗିତା ହୋଇଥିଲା । କୃଷନଗିରିର ଇରୁଥୁ ବିଦମ ବିଜହାର ଜଲ୍ଲିକାଟୁ ପ୍ରତିଯୋଗିତା ଆୟୋଜନ ହୋଇଥିବା ବଳେ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହିପରି ଷଣ୍ଢ ଆକ୍ରମଣରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ଟ୍ୟାଙ୍କ ପଡି ଜଣେ ଷଣ୍ଢ ମାଲିକଙ୍କର ମୃତ୍ୟୁ ହୋଇଛି । ଏହିଭଳି ଭାବେ ଜିଲ୍ଲାରେ ସମୁଦାୟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଛି।
ଜଲ୍ଲିକାଟୁ ତାମିଲନାଡୁର ଏକ ପ୍ରସିଦ୍ଧ ଖେଳ। ଜାନୁଆରୀ ମାସର ମଧ୍ୟଭାଗରେ ରାଜ୍ୟର ପୋଙ୍ଗଲ ପର୍ବ ସମୟରେ ଏହି ଖେଳ ଖେଳାଯାଏ। ଖେଳରେ ଯିଏ ଷଣ୍ଢର ଗୁଜକୁ ଧରି ଅଧିକ ସମୟ ରହିପାରେ ତାକୁ ବିଜେତା ଘୋଷଣା କରାଯାଏ। ଏହା ତାମିଲନାଡୁ ପରମ୍ପରାର ଏକ ଅଭିନ୍ନ ଅଂଶ।
Comments are closed.