ଭୁବନେଶ୍ବର:ଘରେ ଆଇରନ ଦ୍ବାରା କପଡା ପ୍ରେସ କରିଥାଉ । କିନ୍ତୁ ଦେଖିଥିବେ ଆଇରନ ଗରମ ହୋଇ ଯଦି କପଡାରେ ଲାଗିଯାଏ ଆଇରନରେ ଦାଗ ଲାଗିଯାଇଥାଏ । ସେହି ଆଇରନ କଳାଦାଗକୁ ଧାରୁଆ ବ୍ଲେଡ ଅବା ଅସ୍ତ୍ରରେ ସଫା କରିଲେ ପ୍ରେସ ପଲିସି ଖରାପ ହୋଇଥାଏ । ଫଳରେ ସଫ୍ଟ କପଡାରେ ଆଇରନ କଲେ ତାହା ଖରାପ ହେବାର ଆଶଙ୍କା ଥାଏ ।
ତେବେ ଆଇରନକୁ ସଫା କରିବାର ସହଜ ଉପାୟ ହେଲା ଏକ ଧଳା କପଡା ନିଅନ୍ତୁ । ଏହାପରେ ଦୁଇ ରୁ ତିନି ଚାମଚ ଲୁଣକୁ ଖେଳାଇ ସେହି କପଡା ଉପରେ ପକେଇ ଦିଅନ୍ତୁ । ଆଇରନକୁ ବିନା ଷ୍ଟିମରେ ଲୁଣ ଉପରେ ପ୍ରେସ କରନ୍ତୁ । ଏହି ସମୟରେ ପାଣିର ବ୍ୟବହାର କରନ୍ତୁ ନାହିଁ ।
କିଛି ମିନିଟ୍ ରେ ଆଇରନ ସଫା ହୋଇଯିବ ।
Comments are closed.