Latest Odisha News

BREAKING NEWS

ଯାତ୍ରୀ ପୂର୍ଣ୍ଣ ସରକାରୀ ବସ୍ ଖାଇକୁ ଖସି ୭ଯାତ୍ରୀଙ୍କ ମୃତ୍ୟୁ;୨୨ ଆହତ

ହିମାଚଳପ୍ରଦେଶ:ଆଜି ସକାଳ ପ୍ରାୟ ୧୦ଟା ସମୟରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ହିମାଚଳ ସଡ଼କ ପରିବହନ ନିଗମ (HRTC)ର ଏକ ବସ୍ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଛି। ଏହି ସଡ଼କ ଦୁର୍ଘଟଣାରେ ସାତ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୨୨ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଏବଂ ସ୍ଥାନୀୟ ଲୋକମାନେ ସେମାନଙ୍କ ବ୍ୟକ୍ତିଗତ ଯାନରେ ସରକାଘାଟ ହସ୍ପିଟାଲକୁ ନିଆଯାଇଥିଲା। ଏଠାରୁ ୧୮ ଜଣଙ୍କୁ ନେରଚୌକ୍ ମେଡିକାଲ କଲେଜ ଏବଂ ଏମ୍ସ ବିଳାସପୁରକୁ ରେଫର କରାଯାଇଥିଲା।

ମଣ୍ଡି ଜିଲ୍ଲାରୁ ୬୦ କିଲୋମିଟର ଦୂର ସରକାଘାଟ ସବ-ଡିଭିଜନର ମସେରନ୍ ନିକଟ ତରଙ୍ଗାଲାରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା।

ସୂଚନାଥାଉକି, ବସ୍‌ର ଛାତ ମଧ୍ୟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ବସ୍ ରୁ ବାହାର କରି ଡାକ୍ତରଖାନା ନେବାରେ ସାହାଯ୍ୟ କରିଥିଲେ। ସେହି ସମୟରେ, ସରକାଘାଟ ପୋଲିସ ଷ୍ଟେସନ୍ ଏବଂ ଡିଏସ୍ପିଙ୍କ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ।

ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସରକାଘାଟ ହସ୍ପିଟାଲରେ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନେରଚୌକ୍ ମେଡିକାଲ କଲେଜରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି।

ପୋଲିସ ଏହି ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡିବ।

 

Comments are closed.