ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅନେକ ସମ୍ପତ୍ତି ନିଲାମ ହେବ ବୋଲି ସୂଚନା ମିଳିଛି ।
ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମେନିପୁଲେଟର୍ସ ଏଜେନ୍ସି ଦାଉଦର ରତ୍ନଗିରି ସ୍ଥିତ ସମ୍ପତ୍ତି ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛି ।
ସୂଚନାନୁଯାୟୀ ଆସନ୍ତା ନଭେମ୍ବର ୧୦ ତାରିଖରେ ଦାଉଦର ପ୍ରାୟ ୮ ସମ୍ପତ୍ତି ନିଲାମ କରାଯିବ । ଯେଉଁଥିରେ ତା’ର ଘର ଓ ୭ଟି ଜମି ରହିଛି ।
ମୁମ୍ବାଇରେ ବଢିଥିବା ଦାଉଦର ଅନେକ ସମ୍ପତ୍ତି ରତ୍ନଗିରିରେ ରହିଛି । ଚଳିତ କରୋନା ମହାମାରୀ ଯୋଗୁଁ ଇ-ନିଲାମୀ କରାଯିବା ଲାଗି ନିଷ୍ପତ୍ତି ହୋଇଛି ।
Comments are closed.