Latest Odisha News

BREAKING NEWS

‘ନବରାତ୍ରୀ’ରେ କେଉଁସବୁ କାମ ନକରିବା ଉଚିତ୍‌, ଜାଣନ୍ତୁ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ‘ନବରାତ୍ରୀ ପୂଜା’ । ଏହି ଦିନରେ ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହର ସହ ନବରାତ୍ରୀ ସମୟରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି ।

ଆଶ୍ୱିନ ମାସ ଶୁକ୍ଲ ପକ୍ଷ ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ତଥା ପ୍ରାୟ ୯ ଦିନ ଚାଲିଥାଏ ଏହି ପୂଜା । ନବରାତ୍ରୀର ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ ।

ତେବେ ଏହି ନବରାତ୍ରୀ ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ । ନଚେତ୍ ପଡିପାରେ ମା’ଙ୍କର କୋପ ଦୃଷ୍ଟି…

ଅଧିକ ପଢନ୍ତୁ- ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ନବରାତ୍ରୀର ୯ ଦିନ ଯାଏଁ ପିଆଜ, ରସୁଣ ଓ ଆମିଷ ବର୍ଜନ କରନ୍ତୁ ।

ଏହି ୯ ଦିନ ମଧ୍ୟରେ ବ୍ରତଧାରୀ କେଶ, ନଖ ତଥା ଦାଢୀ ମଧ୍ୟ ନକାଟିବା ଉଚିତ୍ ।

ଏହି ୯ ଦିନ ଯାଏଁ ଠାକୁର ଘରେ ଅଖଣ୍ଡ ଦୀପ ଜଳାଇ ରଖନ୍ତୁ, ଏହାକୁ କେବେ ହେଲେ ଲିଭିବାକୁ ଦିଅନ୍ତୁ ନାହିଁ ।

ଅଧିକ ପଢନ୍ତୁ- ନବରାତ୍ରୀରେ ମା’ଙ୍କ ନଅ ରୂପ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବେଶ

ବ୍ରତ ରଖିବା ସମୟରେ ବେଳେ ବେଳେ ବ୍ରତଧାରୀ ତମ୍ବାଖୁ ଓ ଗୁଟଖା ଭଳି ଦ୍ରବ୍ୟର ସେବନ କରିଥାନ୍ତି । ଏଭଳି କଲେ ମା’ ଦୁର୍ଗାଙ୍କ ବ୍ରତ ଅସମ୍ପୂର୍ଣ୍ଣ ରହିଯାଏ ବୋଲି ବିଶ୍ୱାସ ରହିଛି ।

ଅଧିକ ପଢନ୍ତୁ- ଆସୁଛି ଦୁର୍ଗାପୂଜା; କେଉଁ ଦିନ କେଉଁ ଦୀପ ଜାଳି କରିବେ ମାଆଙ୍କ ଆରାଧନା, ଜାଣନ୍ତୁ

Leave A Reply

Your email address will not be published.