Latest Odisha News

BREAKING NEWS

ରାଜ୍ୟରୁ ଆଉ ୭ ଜୀବନ ନେଲା ପ୍ରାଣଘାତୀ ଭାଇରସ୍

ଭୁବନେଶ୍ୱର: କରୋନା କାୟା କମୁଥିବା ବେଳେ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଆଉ ୭ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ଟି ଜିଲ୍ଲାର ଆକ୍ରାନ୍ତ ।

BjdElectrycity

କଟକ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଦୁଇ ଜଣ ୭୪ବର୍ଷୀୟ ବୃଦ୍ଧ ଓ ଜଣେ ୬୪ବର୍ଷୀୟ ବୃଦ୍ଧ । ସେହିପରି ବାଲେଶ୍ୱର ଜିଲ୍ଲାରୁ ଜଣେ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ରାଜ୍ୟରେ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ୧୭ଶହ ୭୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.