Latest Odisha News

BREAKING NEWS

ଓଡ଼ିଶାରେ ୩ହଜାରକୁ ଖସିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟାରେ ୩୬୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ବି ଖସୁଛି । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ରାଜ୍ୟରେ ଖସୁଛି ଆକ୍ଟିଭ୍ କେସ୍ । ପ୍ରଥମ ଥର ପାଇଁ ଚାରି ହଜାର ତଳକୁ କରୋନା ସକ୍ରିୟ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୫୬ଟି ରହିଛି ।

ଆଜି ୨୬ ଜିଲ୍ଲାରୁ ନୂଆ ପଜିଟିଭ୍ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯ ଓ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ୪୫ ସଂକ୍ରମିତ । ଅନୁଗୁଳରୁ ୩୦, କଟକରୁ ୨୬, ମୟୂରଭଞ୍ଜରୁ ୨୪, କେନ୍ଦୁଝର ଜିଲ୍ଲାରୁ ୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୨୦ ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ୨୦ରୁ କମ୍ ।


ଗତ ୨୪ ଘଣ୍ଟାରେ ଗଜପତି, ବୌଦ୍ଧ, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୧ହଜାର ୫୬୪କୁ ବୃଦ୍ଧି ପାଇଛି । ଆରୋଗ୍ୟ ଲାଭ କରିଛନ୍ତି ୩ଲକ୍ଷ ୧୫ହଜାର ୮୪୦ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୮୯୩ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.