ଭୁବନେଶ୍ୱର: ଆସନ୍ତା ୩ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି । ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି ଏବଂ ଗଞ୍ଜାମ ଜିଲ୍ଲା ଉପରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଜିଲ୍ଲା ମଧ୍ୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ରହିଛି ।
ଜାନୁଆରୀ ୫ରୁ ୬ତାରିଖ ମଧ୍ୟରେ ସକାଳୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜାନୁଆରୀ ୬ ରୁ ୭ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ ।
ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ଦିନମାନଙ୍କରେ ତାପମାତ୍ରା ୩ଡ଼ିଗ୍ରୀରୁ ୪ ଡ଼ିଗ୍ରୀ ସେଲିସିୟସ ବୃଦ୍ଧି ପାଇବ । ଆସନ୍ତା ୫ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।
Comments are closed.