ମଣ୍ଡି: ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ନେରଚୌକରେ ଅଘଟଣ । ଗ୍ୟାସ ସିଲିଣ୍ଡର ବିସ୍ଫୋରଣର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେତୁ ୭ ଜଣ ଲୋକ ଜଳି ଯାଇଛନ୍ତି । ସମସ୍ତ ଗୁରୁର ଆହତଙ୍କୁ ନେରଚୌକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ଏଏସପି ମଣ୍ଡି ସାଗର ଚନ୍ଦ୍ର କହିଛନ୍ତି ଯେ, ବୁଧବାର ଅପରାହ୍ନରେ ବଲହ ପୋଲିସ ଷ୍ଟେସନ ଅଧୀନରେ ଥିବା ନେରଚୌକ୍ ବଜାରରେ ଚାକ କା ଗୋହର ନାମକ ଏକ ଢାବାରେ ରଖାଯାଇଥିବା ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡରେ ଢାବାରେ କାମ କରୁଥିବା ତିନି ଜଣ ବ୍ୟକ୍ତି ଏବଂ ଅନ୍ୟ ଦୁଇ ଜଣ ଲୋକ ଖାଇବାକୁ ଆସିଥିଲେ । ଏଥିସହିତ ପାଖ ଦୋକାନରେ ଥିବା ଦୁଇଜଣ ବ୍ୟକ୍ତି ମଧ୍ୟ ନିଆଁରେ ପୋଡିହୋଇଯାଇଛନ୍ତି ।
ତେବେ ଅଗ୍ନିକାଣ୍ଡର ଖବର ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଦେଇଥିଲେ । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ । ସ୍ଥାନୀୟଲୋକମାନେ ସମସ୍ତ ଗୁରୁତର ଆହତଙ୍କୁ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଅନ୍ୟପଟେ, ଅଗ୍ନିକାଣ୍ଡ ସମ୍ପର୍କରେ ତହସିଲଦାର ବଲହ ବିପିନ କୁମାର କହିଛନ୍ତି, “ଆହତ ଲୋକଙ୍କୁ ତୁରନ୍ତ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଦୋକାନରେ ହୋଇଥିବା କ୍ଷୟକ୍ଷତିର ନିୟମ ଅନୁଯାୟୀ ମୂଲ୍ୟାଙ୍କନ କରାଯାଇଛି ଏବଂ ଅଧିକ ପଦକ୍ଷେପ ନିଆଯାଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛି ।