Latest Odisha News

BREAKING NEWS

ବ୍ଲାକ୍ ସି’ ନିକଟରେ ହେଲିକେପ୍ଟର କ୍ରାଶ୍: ୭ ଯବାନ ମୃତ

ଭୁବନେଶ୍ୱର: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଆଜି ବ୍ଲାକ ସି’ ନିକଟରେ ଘଟିଛି ଏକ ବଡ଼ ଅଘଟଣ । ରୋମାନିଆର ଏକ ହେଲିକେପ୍ଟର ବ୍ଲାକ ସି’ ନିକଟରେ ଯାଉଥିବା ବେଳେ ହଠାତ ଦୁର୍ଘଣା ଘଟି ଏଥିରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଏନେଇ ରୋମାନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରୋମାନିଆର ଯବାନମାନେ ଗୋଟିଏ ଯୁଦ୍ଧ ବିମାନ ଓ ଏହାର ପାଇଲଟଙ୍କୁ ଖୋଜିବାକୁ ବାହାରିଥିଲେ । ସର୍ଚ୍ଚ ଅପରେସନରେ ଆଇଏଆର-୩୩୦ ପୁମା ନାମକ ହେଲିକେପ୍ଟର ସାମିଲ ହୋଇଥିଲା । ଏଥିରେ ଥିଲେ ୫ ଜଣ କ୍ରୁ ସଦସ୍ୟ ଓ ରୋମାନିଆ ନୌସେନାର ୨ ଜଣ ସଦସ୍ୟ ।

ହେଲିକେପ୍ଟରଟି ଏୟାରଫିଲ୍ଡ ଠାରୁ ପାଖାପାଖି ୧୧ କିଲୋମିଟର ଦୂର ଗୁରା ଦୋବ୍ରାଗେଇ ଠାରେ ଥିବା ବେଳେ କ୍ରାଶ କରିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ହେଲିକେପ୍ଟରରେ ଥିବା ସମସ୍ତେ ପ୍ରାଣ ହରାଇଛନ୍ତି ।

Comments are closed, but trackbacks and pingbacks are open.