Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡି ସନ୍ଦେହରେ ବୋମା ମାଡ଼, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ

ଢେଙ୍କାନାଳ: ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ମହୁଲପାଳ ଗାଁରେ । ଗୁଣିଗାରେଡିକୁ ସନ୍ଦେହ କରି ବୋମା ମାଡ କରାଯାଇଥିବା ହୋଇଛି ଅଭିଯୋଗ । ଘଟଣା ନେଇ ୨ ଜଣଙ୍କୁ ଅଟକ ରଖିଛି ପୁଲିସ୍ ।

ଗାଁରେ ରହୁଥିବା ଏକ ଦେହୁରୀ ପରିବାରକୁ ନିକଟ ପଡୋଶୀ ଗୁଣି କରାଯାଇଥିବା ଅଭିଯୋଗ ଆଣିଥିଲେ । ଏପରିକି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋବା ସହିତ ଝଗଡ଼ା ବଢି ବଢି ଚାଲିଥିଲା । ପରେ ଗାଁର ଲୋକେ ଏକାଠି ହୋଇ ସେମାନଙ୍କ ମଧ୍ୟରେ ବୁଝାମଣା କରିଥିଲେ । ହେଲେ ପୁଣି ବିଳମ୍ବିତ ରାତିରେ ଗୁଣିଗାରେଡି କରୁଥିବା ସନ୍ଦେହ କରି ଦେହୁରୀ ପରିବାର ଉପରେ ବୋମାମାଡ ହୋଇଛି ।

ବୋମାମାଡ ହୋଇଥିବା ବେଳେ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ଘର ଭୁଷୁଡି ପଡ଼ିଥିବା ବେଳେ ଘଟଣା ନେଇ ପୁଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.