Latest Odisha News

ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଛାଟ: ବିଦା ହେଲେ ଡିଆଇଜିଙ୍କ ସମେତ ୭ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ପୁଣି ନେଲେ ବଡ କାର‌୍ୟ୍ୟାନୁଷ୍ଠାନ । ଦୁର୍ନୀତି ମାମଲା ଥିବା ଡିଆଇଜି, ଜେଲ ଗୋପବନ୍ଧୁ ମଲ୍ଲିକଙ୍କ ସମେତ ୭ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ମଧ୍ୟରେ ଅଛନ୍ତି ଇସ୍ପାତ ଓ ଖଣି ବିଭାଗର ୨ ଅଧିକାରୀ, ଜଣେ ସିଡିପିଓ, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସପି ଏବଂ ଜଣେ ଡେପୁଟି କମାଣ୍ଡାଣ୍ଟ ।
ସୂଚନା ଯୋଗ୍ୟ,  ୨୦୧୯ ସେପ୍ଟେମ୍ବରରୁ ଏ ଯାଏଁ ୧୦୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି । ଗତ ଡିସେମ୍ବର ମାସ ଶେଷ ଆଡକୁ ମଧ୍ୟ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

Leave A Reply

Your email address will not be published.