Latest Odisha News

ଟିଲୁ ତାଜପୁରିଆ ହତ୍ୟା ଘଟଣା; ୭ ପୁଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଗ୍ୟାଙ୍ଗଷ୍ଟାର ଟିଲୁ ତାଜପୁରିଆ ହତ୍ୟା ଘଟଣାରେ ୭ ପୁଲିସ କର୍ମୀ ନିଲମ୍ବିତ କରାଯାଇଛି। ନିଲମ୍ବନ ସହ ସେମାନଙ୍କୁ ତାମିଲନାଡୁକୁ ପଠାଇ ଦିଆଇଛି। ଏହି ପୁଲିସ କର୍ମୀମାନେ ତିହାର ଜେଲ୍‌ରେ ମୁତୟନ ଥିଲେ।

ମେ ମାସ ୨ ତାରିଖରେ ତିହାର ଜେଲ୍‌ର କଡ଼ା ସୁରକ୍ଷା ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଟିଲୁକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ କରି ୬ ଦିନ ପରେ ଆଜି ପୁଲିସ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବିରୋଧୀମାନେ ଟିଲୁକୁ ଛୁରାମାଡ଼ କରୁଥିବା ବେଳେ ଜେଲ୍‌ରେ ଏହି ପୁଲିସ କର୍ମୀମାନେ ମୁତୟନ ଥିଲେ। ହେଲେ ରକ୍ଷା କରିବାକୁ କୌଣସି ଉଦ୍ୟମ କରି ନଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ପୁଲିସ କର୍ମୀଙ୍କୁ ତ୍ରୁଟି ଜଣାପଡ଼ିବା ପରେ ଦିଲ୍ଲୀ ଜେଲ୍‌ ଡିଜିପି ତାମିଲନାଡ଼ୁ ପୁଲିସ୍‌କୁ ଏକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ବିଷୟକୁ ନେଇ ଦିଲ୍ଲୀ ଓ ତାମିଲନାଡ଼ୁ ପୁଲିସ୍‌ ବୈଠକ କରି ନିଷ୍ପତ୍ତି କ୍ରମେ ୭ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

Comments are closed.