Latest Odisha News

ଆଇସିସି ଦିନିକିଆ ବିଶ୍ୱକପ: ୭ ଟିମ ସିଧାସଳଖ ହାସଲ କଲେ ଯୋଗ୍ୟତା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି ୭ଟିମ ବିଧିବଦ୍ଧ ଭାବେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଡି ଟିମଗୁଡିକ ହେଲେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଭାରତ, ବାଂଲାଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ଆଉ ଗୋଟିଏ ସ୍ଥାନ ପାଇଁ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଆୟର୍ଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ । ଆଉ ୬ଟି ଆନ୍ତର୍ଜାତୀୟ ଦିନିକିଆ ପରେ ଏହି ସ୍ଥିତି ସ୍ପଷ୍ଟ ହେବ । ଏହା ପରେ ଯୋଗ୍ୟତାପର୍ଯ୍ୟାୟ ମାଧ୍ୟମରେ ଅନ୍ୟ ଟିମ ପରେ ମୂଖ୍ୟ ଡ୍ରରେ ସାମିଲ ହେବେ । ସୂଚନାଯୋଗ୍ୟ, ଭାରତ ଏଥର ଏହି ବିଶ୍ୱକପକୁ ଆୟୋଜନ କରୁଛି ।

ଦକ୍ଷିଣ ଆଫ୍ରିିକା ପରି ଟିମ ମୂଖ୍ୟ ଡ୍ରରେ ସାମିଲ ହେବା ପାଇଁ ସଂଘର୍ଷ କରିବା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଦକ୍ଷିଣ ଆଫ୍ରିକା ହାତରେ ଆଉ ୨ଟି ମ୍ୟାଚ ଥିବାରୁ ଦଳ ସହଜରେ ମୂଖ୍ୟ ଡ୍ରରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି । ସେହିପରି ଆୟର୍ଲାଣ୍ଡକୁ ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାଠାରୁ ଭଲ ରନରେଟ ରଖିବାକୁ ପଡିବ । ଶ୍ରୀଲଙ୍କା ହାତରେ ଗୋଟିଏ ଦିନିକିଆ ବାକି ଥିବା ବେଳେ ୱେଷ୍ଟଇଣ୍ଡିଜ ଭାଗ୍ୟକୁ ଆଦରି ଅପେକ୍ଷା କରିବ । ଦିନିକିଆ ବିଶ୍ୱକପରେ ୧୦ଟି ଟିମ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.