Latest Odisha News

BREAKING NEWS

ଶାହରୁଖଙ୍କ ନୂଆ ଦାମୀ କାରକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ପଠାନ୍ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ସମସ୍ତ ରେକର୍ଡ ଭଙ୍ଗ କରିିଛି । ଏବେ ପୁଣି ଶାହରୁଖଙ୍କ ନୂଆ କାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ସେ ଦାମୀ କାର ରୋଲ୍ସ-ରୋଏସ କୁଲିନାନ ବ୍ଲାକ ବ୍ୟାଜରେ ନଜର ଆସିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶାହରୁଖ କିଣିଥିବା କାର ଏବେ ଭାରତରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗା ଏସୟୁଭି ଅଟେ । ତେବେ ଏହାର ମୂଲ୍ୟ ୧୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଭିଡିଓରେ ଶାହରୁଖ ଧଳା ରଙ୍ଗର ‘୫୫୫’ନମ୍ବର ପ୍ଲେଟ ବିଶିଷ୍ଟ ଏହି ଦାମୀ କାରରେ ମନ୍ନତ ଭିତରକୁ ଯାଉଥିବା ନଜର ଆସିଛନ୍ତି ।

 

Leave A Reply

Your email address will not be published.