Latest Odisha News

ରାଉରକେଲାରେ ଲଜ୍ଜା: ୭ ବର୍ଷର ଝିଅକୁ ଝୁଣିଲା ବସ୍ ହେଲ୍ପର

ରାଉରକେଲା: ରାଉରକେଲାରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୋଲିସ ମାମଲା ରୁଜୁ କରି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍। ବର୍ତ୍ତମାନ ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେ । ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତ ବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ସେହି ସ୍ଥାନରେ ଖେଳୁଥିଲେ । ବସ ହେଲ୍ପର ଦମ୍ବରୁ ତାମଡ଼ିଆ ନାବାଳିକାଙ୍କୁ ସେଠାରୁ ଚାନ୍ଦିପୋଷ ଷ୍ଟେସନ ନିକଟ ଏକ ପରିତ୍ୟକ୍ତ କ୍ୟାବିନକୁ ନେଇ ଯାଇଥିଲେ । ସେଠାରେ ଦୁଷ୍କର୍ମ କରିବାରୁ ନାବାଳିକା ଜଣକ କାନ୍ଦିଥିଲେ । ତାର କାନ୍ଦଶୁଣି ପରିବାର ଲୋକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଆଉ ହେଲ୍ପର ଦମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା । ଘଟଣାକୁ ନେଇ ପରିବାର ଲୋକେ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ଏବେ ପଚରାଉଚରା କରୁଛି।

Comments are closed.