Latest Odisha News

BREAKING NEWS

୭ବର୍ଷର ନାତିକୁ ଗୋଡ଼ରେ ଦଳି ନିର୍ଯ୍ୟାତନା, ଜେଜେମାଙ୍କ ଭିଡ଼ିଓ ହେଲା ଭାଇରାଲ୍ !

ବାଲେଶ୍ୱର: ଏକ ହୃଦୟ ବିଦାରକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଘଟଣାଟିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମରେ । ଜଣେ ଜେଜେମା’ କୁନି ନାତି ଉପରେ ଚଢିଯାଇ କିପରି ଗୋଇଠା ପରେ ଗୋଇଠା ମାରି ନିର୍ଯ୍ୟାତନା ଦେଉଛି ତାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ଏହି ଭିଡ଼ିଓଟିରେ ଜେଜେମା ନିଜ ନାତିକୁ ନୃଶଂସ ଭାବେ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଚିତ୍ର ଉତ୍ତୋଳନ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ପୀଡ଼ିତ ନାତିର ବାପା ମା ଦାଦନ ଖଟିବାକୁ ସୂଦୁର ମୁମ୍ବାଇ ଚାଲିଯାଇଥିବା ବେଳେ ଜେଜେମା ନାତିକୁ ଦଣ୍ଡସ୍ୱରୂପ ତଳେ ପକାଇ ଗୋଇଠା ମାରିଛନ୍ତି । ଏପରିକି ଏହି ଭିଡ଼ିଓଟିରେ ନାତି ଗୋଡ଼ ଉପରେ ଛିଡ଼ା ହୋଇଯାଇଥିବାର ଦୃଶ୍ୟ ମଧ୍ୟ ରହିଛି ।

ଇତିମଧ୍ୟରେ ବସ୍ତା ପୋଲିସ ବୃନ୍ଦାବତୀ ଚାନ୍ଦ ନାମ୍ନୀ ସଂପୃକ୍ତା ମହିଳାଙ୍କୁ ଥାନାରେ ଅଟକ ରଖିଛି । ସେ ତାଙ୍କର ଏହି ଭୁଲ ସ୍ୱୀକାର କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି ।

ତଦନ୍ତ ଲାଗି ଏହି ନିର୍ଯ୍ୟାତିତ ନାବାଳକକୁ ଭେଟିଛନ୍ତି ସିଡବ୍ଲ୍ୟୁସିର କିଛି ଅଧିକାରୀ ।

ଏହି ଭିଡ଼ିଓଟି ଭାଇରାଲ୍ ହେବାପରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହିତ ସୋସିଆଲ୍ ମିଡ଼ିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.