Latest Odisha News

BREAKING NEWS

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୩୦ କୋଟି ଟଙ୍କା ବ୍ୟୟରେ ଆଉ ୪ଟି ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି ।

ଏବେ ରାଜ୍ୟରେ ରହିଛି ୨ଟି ପ୍ଲାନେଟୋରିୟମ୍ । ଯେଉଁ ସହରରେ ୪ଟି ପ୍ଲାନେଟୋରିୟମ ପ୍ରତିଷ୍ଠା କରାଯିବ ସେହି ସହର ଗୁଡ଼ିକ ହେଲା – ରାୟଗଡ଼ା, ଗୋପାଳପୁର, କେନ୍ଦୁଝର ଏବଂ ବାରିପଦା । ଗୋପାଳପୁରରେ ଏହି ପ୍ଲାନେଟୋରିୟମ୍ ୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବାକୁ ଥିବା ବେଳେ ଅନ୍ୟ ତିନୋଟି ସ୍ଥାନରେ ୭କୋଟି ଟଙ୍କା ଲେଖାଁଏ ବ୍ୟୟ ହୋଇ ନିର୍ମିତ ହେବ ।

ଏହାବ୍ୟତୀତ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି । ପ୍ରାଥମିକସ୍ତରରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ କରାଯିବାକୁ ସରକାର ଯୋଜନା କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.