Latest Odisha News

BREAKING NEWS

70 Above People Ill: ଦହିବରା ଖାଇ ୭୦ ଅସୁସ୍ଥ, ଘଟଣାସ୍ଥଳରେ ଡ଼ାକ୍ତରୀଦଳ

ବୌଦ୍ଧ: ଦହିବରା ଖାଇ ୭୦ ଅସୁସ୍ଥ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରରେ ଘଟିଛି ଏଭଳି ଘଟଣା। ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି।

ସୂଚନା ଅନୁସାରେ ଗତକାଲି ଦହିବରା ବ୍ୟବସାୟୀ ଜଣଙ୍କ ସାପ୍ତାହିକ ହାଟରେ ଦହିବରା ବିକ୍ରି କରିବା ପରେ ଅପରାହ୍ଣରେ ଗବଯୋର ଗାଁକୁ ଯାଇଥିଲେ। ସେଠାରେ ଛୋଟ ପିଲା ଠାରୁ ବଡଲୋକ ସମସ୍ତେ ଦହିବରା ଖାଇଥିଲେ। ଦହିବରା ଖାଇ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା।

ଖବର ପାଇ ପଳସାଗୋରା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ। ଅସୁସ୍ଥଙ୍କ ସଂଖ୍ୟା ବଢୁଥିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଏକ ଟିମ ଆସି ଗାଁରେ ପହଁଚିଛି। ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.