Latest Odisha News

BREAKING NEWS

ଲକ୍‌ଡାଉନ୍ ସମୟରେ ୭୦% ପ୍ରତିଶତ ରୋଗୀ କର୍କଟ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି

ଲଣ୍ଡନ: ସମଗ୍ର ବିଶ୍ୱରେ ସାତଜଣ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ କୋଭିଡ୍‌-୧୯ ଲକଡାଉନ୍ ସମୟରେ ସମ୍ଭାବ୍ୟ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି।

ବ୍ରିଟେନର ବର୍ମିଂହାମ ୟୁନିଭରସିଟିର ବିଶେଷଜ୍ଞଙ୍କ ନେତୃତ୍ୱରେ ବିଶ୍ବର ପ୍ରାୟ ୫୦୦୦ ସର୍ଜନ ଏବଂ ଆନାସ୍ଥେଟିଷ୍ଟ ୬୧ ଟି ଦେଶର ୪୬୬ ଡାକ୍ତରଖାନାର ୨୦ ହଜାର ରୋଗୀଙ୍କ ମଧ୍ୟରେ ପରୀକ୍ଷା କରାଯାଇଥିଲା। ଦଳ ଏହାର ଅନୁସନ୍ଧାନ ଦି ଲାନସେଟ୍ ଅଙ୍କୋଲୋଜିରେ ପ୍ରକାଶ କରିଛି।

ଅନୁସନ୍ଧାନକାରୀମାନେ କଲୋରେକ୍ଟାଲ୍, ଓସୋଫାଗିଲ୍‌, ଗ୍ୟାଷ୍ଟ୍ରିକ୍, ମୁଣ୍ଡ ଏବଂ ବେକ, ଥୋରାସିକ୍, ଯକୃତ, ଅଗ୍ନାଶୟ, ପ୍ରୋଷ୍ଟେଟ୍, ବ୍ଲାଡର, ବୃକକ୍, ସ୍ତ୍ରୀ ରୋଗ, ସ୍ତନ, କୋମଳ-ଟିସୁ ସାର୍କୋମା, ଅସ୍ଥି ସାର୍କୋମା, କର୍କଟ ରୋଗରେ ପୀଡିତ ବୟସ୍କ ରୋଗୀଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ।

ସେମାନେ ଜାଣିବାକୁ ପାଇଥି‌ଲେ ଯେ ସେହି ସମୟରେ ମହାମାରୀ ଯୋଗୁ କର୍କଟ ଅସ୍ତ୍ରୋପଚାର ପ୍ରଭାବିତ ହୋଇଥିଲା ଏବଂ ସ୍ୱଳ୍ପ ଆୟକାରୀ ଦେଶର ରୋଗୀମାନେ ଏହି କର୍କଟ ଅସ୍ତ୍ରୋପଚାରରୁ ଅଧିକ ମାତ୍ରାରେ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.