Latest Odisha News

BREAKING NEWS

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ ଯେ, ଦିନେ କରନ ଜୋହର କ୍ରିକେଟର୍ ଯୁବରାଜ ସିଂଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ମନ ବଳାଇଥିଲେ ।

ଗତବର୍ଷ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହର ଯୁବରାଜଙ୍କ ବାୟୋଗ୍ରାଫିକାଲ୍ ଫିଲ୍ମ ନିର୍ମାଣ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ଯୁବରାଜଙ୍କ ଚେହେରା ସହ ମେଳ ଖାଉଥିବାରୁ ଲିଡ୍ ରୋଲ୍ ପାଇଁ ଗଲ୍ଲି ବୟ୍ ଫେମ୍ ଆକ୍ଟର ସିଦ୍ଧାର୍ଥ ଚତର୍ବେଦୀଙ୍କ ଚୟନ ପ୍ରାୟତଃ ସରିଥିଲା । ଏ ନେଇ କରନ ଓ ଯୁବରାଜଙ୍କ ମଧ୍ୟରେ ଏକାଧିକ ଥର ମିଟିଂ ବି ହୋଇଥିଲା । ହେଲେ କିଛି କାରଣ ପାଇଁ ବାୟୋପିକ ଯୋଜନା କେବଳ କଥାବାର୍ତ୍ତାରେ ହିଁ ସୀମିତ ରହିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଯୁବରାଜ ନିଜ ବାୟୋପିକରେ ଜଣେ ଏ ଗ୍ରେଡ ଅଭିନେତାଙ୍କୁ ଚାହୁଁଥିଲେ । ଏଥିପାଇଁ ସେ ହ୍ରିତିକ ରୋଶନ ଓ ରଣବୀର କାପୁରଙ୍କ ନାଁ କରନଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଯୁବରାଜ ଜଣେ ନ୍ୟାସନାଲ ଆଇକନ୍ ହୋଇଥିବାରୁ ଫିଲ୍ମ ପାଇଁ କରନ୍ ଗୋଟିଏ ନୂଆ ଚେହେରାକୁ କାଷ୍ଟ କରିବାକୁ ଚାହୁଁଥିଲେ ।

ବହୁ ଆଲୋଚନା ତର୍ଜମା ପରେ ବି ବାୟୋପିକକୁ ନେଇ ଯୁବରାଜ ଓ କରନଙ୍କ ଚିନ୍ତାଧାରା ମେଳ ଖାଇନଥିଲା । ଫଳରେ ଦୁହେଁ ନିଜନିଜ ବାଟକୁ ଫେରିଯିବା ପରେ ଠପ୍ ପଡିଥିଲା ବାୟୋପିକ୍ ନିର୍ମାଣ ।

Leave A Reply

Your email address will not be published.