Latest Odisha News

BREAKING NEWS

୧୩ ବର୍ଷର ଝିଅ ଗର୍ଭବତୀ, ସେପଟେ, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୭୦ ବର୍ଷୀୟ ବୃଦ୍ଧ ଅଟକ

ସମ୍ବଲପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ବୁଗଣ୍ଡା ପଞ୍ଚାୟତ ସଦରରେ ଜଣେ ୧୩ ବର୍ଷ ବୟସର ନାବାଳିକା ଗର୍ଭବତୀ ଥିବା ଜଣାପଡିଛି । ଝିଅଟି ୬ ମାସ ଗର୍ଭବତୀ ହୋଇ ଥିବା ଜଣାପଡିଛି । ତେବେ ନାବାଳିକା ଜଣକ ବାଲ୍ୟ ବିବାହ କରିଥିବାବେଳେ, ଉଭୟଙ୍କ ବାପାମାଆ ଏବିଷୟରେ ଜାଣିଥିବା ସୂଚନା ରହିଛି ।

ବର୍ତ୍ତମାନ ନାବାଳିକା ୬ ମାସର ଗର୍ଭବତୀ ଥିବା ବେଳେ ନାବାଳିକା ଜଣକ ଆସି ବାପା-ମା’ଙ୍କ ପାଖରେ ରହୁଛନ୍ତି । ନାବାଳିକା ଜଣକ ଗର୍ଭବତୀ ଥିବା ଖବର ଅଙ୍ଗନୱାଡ଼ି କର୍ମୀମାନେ ଜଣାଇବାକୁ ଭୟ କରୁଥିବା ବେଳେ ସ୍ଥାନୀୟ ସିଡିପିଓ ଗୀତାଞ୍ଜଳି ମହାରଣା ଗଣମାଧ୍ୟମକୁ ଜଣାଇଥିଲେ। ଏହାର ସତ୍ୟତା ଜାଣିବା ପାଇଁ ଅଙ୍ଗନୱାଡ଼ି ସୁପର ଭାଇଜର ଲିଲି ରାଣୀ ପଣ୍ଡା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଫୋନ ମାଧ୍ୟମରେ ଫୋନ କରିବାରୁ ନାବାଳିକା ୬ ମାସ ଗର୍ଭବତୀ ହୋଇ ଥିବା ଜାଣିବାକୁ ମିଳିଛି ।

ଅନ୍ୟପଟେ, ସମ୍ବଲପୁରରେ ଜଣେ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କୁ ତାଙ୍କ ଘର ପାଖରେ ରହୁଥିବା ୭୦ ବର୍ଷୀୟ ବୃଦ୍ଧ ଗୋପାଳ ମେହେର ଦୁଷ୍କର୍ମ କରିଥିବା ନେଇ ସୂଚନା ଦେଇଛନ୍ତି କ୍ଷେତରାଜପୁର ଆଇଆଇସି ଅନିଲ ପ୍ରଧାନ ।

ନାବାଳିକାକୁ ଉଦ୍ଧାର କାରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଷ୍କର୍ମ ଅଭିଯୋଗରେ ଗୋପାଳକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଚି । ପୂର୍ବରୁ ଗୋପାଳ ନାମରେ ଥାନାରେ ମଧ୍ୟ ଅଭିଯୋଗ ରହିଛି।

Comments are closed.