Latest Odisha News

BREAKING NEWS

ଟିକା ଅଭାବ: ଆଜି ନଆସିଲେ ଶନିବାରଠୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟିକାକରଣ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ଟିକାର ଅଭାବ । ଯାହା ଅଛି ଦୁଇ ଦିନ ଭିତରେ ସରିଯିବ । ଟିକା ନଥିବାରୁ ରାଜ୍ୟରେ ପାଖାପାଖି ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି । ଟିକା ଅଭାବରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ରାଜ୍ୟରେ ଏବେ ୪ଲକ୍ଷ ୩୫ହଜାର ୩୨୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଅଛି । ଲକ୍ଷ୍ୟ ଧାର୍ଯ୍ୟ ଅନୁସାରେ ଦୁଇ ଦିନରେ ସରିଯିବ ।

BjdElectrycity

ଆଗାମୀ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍ ଟିକାର ଆବଶ୍ୟକତା ରହିଛି । କୋରାପୁଟ ଜିଲ୍ଲାରେ ଗତକାଲି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଟିକାକରଣ । ଆଗକୁ ଟିକା ନଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଦ୍ଧବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୨୫ ଲକ୍ଷ ଡୋଜ୍ ତୁରନ୍ତ ଦେବାକୁ ଦାବି କରିଥିଲେ । ଆଜି ସୁଦ୍ଧା ଟିକା ନଆସିଲେ ଶନିବାରଠୁ ଟିକାକରଣ ବନ୍ଦ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.