Latest Odisha News

BREAKING NEWS

ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲର ସଭାପତି ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଓଡ଼ିଆ ପୁଅ ଜିତେନ୍ଦ୍ରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସଫଳତା ମିଳିଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଜିତେନ୍ଦ୍ର ମିଶ୍ର ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲ (CIFEJ)ର ସଭାପତି ଭାବେ ୨୦୨୨ ବର୍ଷ ଲାଗି ମନୋନିତ ହୋଇଛନ୍ତି ।

Odisha-Born Film Promoter Jitendra Mishra Appointed CIFEJ President

ୟୁନେସ୍କୋ ୧୯୫୫ରେ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲର ଗଠନ କରିଥିଲା । ସଭାପତି ଭାବେ ନିର୍ବାଚିତ ହେବା ପରେ ଜିତେନ୍ଦ୍ର ମିଶ୍ର କହିଛନ୍ତି- ଏହା ବହୁତ ବଡ଼ ସମ୍ମାନ । ସର୍ବକନିଷ୍ଠ ଭାବେ CIFEJର ସଭାପତି ହେବା ବହୁତ ଗୁଡ଼ିଏ ଦାୟିତ୍ୱ ଦେଇଛି ।

ଶ୍ରୀ ମିଶ୍ର ତାଙ୍କ ଉପରେ ପରିଚାଳନ କର୍ତ୍ତୃପକ୍ଷ ବିଶ୍ୱାସ, ଭରସା ରଖି ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହା ମାଧ୍ୟମରେ ବିଶ୍ୱର ଜଣାଶୁଣା ଚେହେରାଙ୍କ ସହ ସାମିଲ୍ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଶ୍ରୀ ମିଶଙ୍କ ବାଦ୍ CIFEJରେ ଆଉ ଜଣେ ଭାରତୀୟ ଡକ୍ଟର ମଧୁ ଚୋପ୍ରାଙ୍କୁ ନିର୍ଦ୍ଦେଶକ ଭାବେ ମନୋନିତ କରାଯାଇଛି ।

Leave A Reply

Your email address will not be published.