Latest Odisha News

BREAKING NEWS

ଗତ ୮ ମାସରେ ହଜିଲେଣି ୨୦ ହଜାର: ମିଳିଛନ୍ତି ୭ ହଜାର

ଭୁବନେଶ୍ବର: ଗତ ଆଠ ମାସରେ ହଜିଲେଣି ୨୦ ହଜାର ଜଣ । ସେଥିମଧ୍ୟରୁ ୭ ହଜାରରୁ  ଅଧିକ ଲୋକଙ୍କୁ ଖୋଜାଯାଇଛି । ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ନିଖୋଜ ମାମଲା ସଂଖ୍ୟା, ଏଥିରୁ କେତେ ସମାଧାନ ହୋଇଛି ଏବଂ କେତେ ବର୍ତ୍ତମାନ ବିଚାରାଧୀନ ରହିଛି, ଏଗୁଡିକର ବିଳମ୍ବର କାରଣ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜ ସମ୍ପର୍କରେ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁନ୍ ୧, ୨୦୨୪ ରୁ ଫେବୃଆରୀ ୨୮, ୨୦୨୫ ମଧ୍ୟରେ ୨୦,୦୬୦ ଟି ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ଗତ ଆଠ ମାସରେ ରାଜ୍ୟରେ ୨୦,୦୦୦ ରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏହା ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି । ଏଥିସହିତ ବର୍ତ୍ତମାନ ୧୩,୦୧୨ ଟି ମାମଲା ବିଚାରାଧୀନ ରହିଛି ।

Comments are closed.