Latest Odisha News

BREAKING NEWS

ସରକାରଙ୍କ ନିଷ୍ପତ୍ତି: ଦ୍ୱୀପରେ ରହିଲେ ମିଳିବ ୭୧ ଲକ୍ଷ ଟଙ୍କା

ଇରିଶ: କରୋନା ମହାମାରୀ ପରି କିଛି ବିପତ୍ତି ଆସିଲେ ଲୋକେ ଭୟରେ ଅନ୍ୟତ୍ର ପଳାଇ ଯାଆନ୍ତି । ଏହି କାରଣରୁ ବିଭିନ୍ନ ଦେଶର ସରକାର ଉକ୍ତ ଅଞ୍ଚଳଗୁଡିକର ପୁନରୁଦ୍ଧାର ପାଇଁ ଉଦ୍ୟମ କରନ୍ତି । ତେବେ ନିକଟରେ ଏକ ୟୁରୋପିଆନ୍ ଦ୍ୱୀପୀୟ ଦେଶ ଆୟର୍ଲାଣ୍ଡ ସରକାର ଦେଶରେ କିଛି ଦ୍ୱୀପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ଦ୍ୱୀପରେ ଆସି ରହିିବାକୁ ଚାହୁଁଥିବା ପ୍ରତ୍ୟେକ ଲୋକଙ୍କୁ ୭୧ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

ଇରିଶ ସରକାର ନିଜ ଦେଶର ଲୋକସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନେଇଛନ୍ତି । ଦେଶରେ ଏପରି କିଛି ଦ୍ୱୀପ ରହିଛି, ଯେଉଁଠାରେ ଲୋକସଂଖ୍ୟା ମାତ୍ର ୧୬୦ । ଯାହା ଦିନକୁ ଦିନ କମି କମି ଯାଉଛି । ଏବେ ସରକାର ଦେଶର ୩୦ଟି ଦ୍ୱୀପ ବିଷୟରେ ଚିନ୍ତା କରୁଛନ୍ତି । ଯେଉଁଠିକି ଯିବାକୁ ଖଣ୍ଡେ ରାସ୍ତା କି ବ୍ରିଜ୍ ନାହିଁ । ସେଠାକାର ଲୋକସଂଖ୍ୟା ବଢାଇବା ପାଇଁ ସରକାର ଏହି ଉଦ୍ୟମ ଚଳାଇଛନ୍ତି । ସେହି ଦ୍ୱୀପରେ ରହିବାକୁ ଚାହୁଁଥିବା ଲୋକଙ୍କୁ ‘ଆମ ଦ୍ୱୀପ’ ନୀତି ହିସାବରେ ୧୯୯୩ ପୂର୍ବରୁ ତିଆରି ହୋଇଥିବା କିଛି ସମ୍ପତ୍ତିକୁ କିଣିବାକୁ ହେବ । ଯାହା ଅତିକମ୍‌ରେ ୨ ବର୍ଷ ହେବ ଖାଲି ପଡ଼ିଥିବ । ଏହି ଯୋଜନା ଅନୁସାରେ ମିଳିବାକୁ ଥିବା ଅର୍ଥରାଶି ସାହାଯ୍ୟରେ ଘର ନିର୍ମାଣ ସହ ଅନ୍ୟ କାର୍ଯ୍ୟରେ ତାକୁ ଉପଯୋଗ କରିହେବ । ସେହି ଦ୍ୱୀପରେ ଯିଏ ରହିିବାକୁ ଚାହୁଁଥିବେ ସେମାନେ ଜୁଲାଇ ୧ ତାରିଖରୁ ଆବେଦନ କରିପାରିବେ ।

Comments are closed.