Latest Odisha News

BREAKING NEWS

ଟିଭି,ସାଇକେଲ,ଏରୋପ୍ଲେନ ଖାଇ ବିଶ୍ୱ ରେକର୍ଡ଼

ଫ୍ରାନ୍ସ: ସାଧାରଣ ଭାବେ କକରୋଜ୍ ବା ଅସରପାକୁ ସର୍ବଭକ୍ଷୀ ବୋଲି କୁହାଯାଏ । ଅର୍ଥାତ୍ ମାଟି,ଗୋଡ଼ି,କାଠ,ପଥର,ସିମେଣ୍ଟ ଆଦି ଖାଇପାରେ ଅସରପା । କିନ୍ତୁ ଏଭଳି ସର୍ବଭକ୍ଷୀ ମଣିଷ ବି ଅଛନ୍ତି, ଯିଏ ଧରାପୃଷ୍ଠରେ ମିଳୁଥିବା ଯେ କୌଣସି ପ୍ରକାର ସାମଗ୍ରୀକୁ ଖାଇପାରିବାର କ୍ଷମତା ରଖନ୍ତି । ଏଭଳି ତାଲିକାରେ ଆସିଛନ୍ତି ଫ୍ରାନ୍ସର ମାଇକେଲ ଲୋତିତୋ । ଏହି କାରଣରୁ ତାଙ୍କୁ ଗିନିଜ୍ ଅଫ ୱାଲର୍ଡ଼ ରେକର୍ଡ଼ରେ ମଧ୍ୟ ସ୍ଥାନ ମିଳିଛି । ଅବଶ୍ୟ ସେ ଏବେ ଜୀବିତ ନାହାନ୍ତି କିନ୍ତୁ ସୋସିଆଲ ମିଡ଼ିଆରେ ତାଙ୍କ ଚର୍ଚ୍ଚା ଏବେ ବି ଘୂରି ବୁଲୁଛି ।

୧୯୫୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଫ୍ରାନ୍ସର ମାଇକେଲ ଲୋତିତୋ । ସେ ‘ମିଷ୍ଟର ଇଟ୍ ଅଲ୍‌’ ନାମରେ ବେଶ୍ ପରିଚିତ ଥିଲେ । କାରଣ ସାଇକେଲ, ଟିଭିଠାରୁ ଆରମ୍ଭ କରି କାଠ, କାଚ ଜିନିଷ, ରବର ଏମିତିକି ଏରୋପ୍ଲେନ୍‌ର ପାର୍ଟ ଖାଇ ଚର୍ଚ୍ଚାକୁ ଆସିଥିଲେ । ସବୁଠୁ ବଡ଼କଥା ସେ ଏସବୁ ଖାଇ ବେଶ୍ ଆରାମରେ ହଜମ କରିଦେଇପାରୁଥିଲେ । ତାଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ବୟସ ହୋଇଥିଲା, ସେତେବେଳଠାରୁ ସେ ଏପରି ଜିନିଷ ଖାଇବା ଆରମ୍ଭ କରିଥିଲେ । ୧୬ ବର୍ଷ ବୟସ ବେଳକୁ ସେ ଏଭଳି ଅଜବ ଖାଦ୍ୟ ଖାଇବାର ଶୋ’ କରିବା ଆରମ୍ଭ କରିଲେ । ଦୁଇସିଟ୍ ଯୁକ୍ତ ଏଭିଏସେନ୍ ଏରୋପ୍ଲେନ୍‌କୁ ବି ସେ ଖାଇଥିଲେ । ଏହାକୁ ଖାଇବାକୁ ତାଙ୍କୁ ଦୁଇବର୍ଷ ସମୟ ଲାଗିଥିଲା । ଏହି ଏରୋପ୍ଲେନର ପାର୍ଟସକୁ ଛୋଟ ଛୋଟ ଖଣ୍ଡ କରି ମିନେରାଲ ଅଏଲ୍ ଓ ପ୍ରଚୁର ପାଣି ପିଇ ପିଇ ଖାଉଥିଲେ । ଯେମିତିକି ଏହା ତଣ୍ଟିରେ ସହଜରେ ଯାଇପାରିବ । ଏଭଳି ଅଜବ ଖାଦ୍ୟ ଖାଉଥିବାରୁ ତାଙ୍କ ନାମ ଗିନିଜ ୱାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଥିଲା । ୨୦୦୭ ମସିହାରେ ଲୋତିତୋ ୫୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ବାସ୍ତବରେ ମାଇକେଲ ପିକା ନାମକ ଏକ ଅଜବ ରୋଗରେ ଆକ୍ରାନ୍ତ ଥିଲେ । ଯାହାକି ଏକ ମାନସିକ ରୋଗ । ଫଳରେ ତାଙ୍କୁ ଅଖାଦ୍ୟ ଖାଇବାକୁ ଇଛା ହୁଏ । ଡାକ୍ତରଙ୍କ କହିବାନୁସାରେ ତାଙ୍କ ଅନ୍ତନଳୀ ଓ ପେଟରେ ମୋଟା ଆସ୍ତରଣ ଥିବା ସହ ହଜମ ପାଇଁ କ୍ଷରଣ ହେଉଥିବା ରସାୟନ ବି ପାୱାରଫୁଲ ଥିଲା । ତେଣୁ ସେ ଧାରୁଆ, ଶକ୍ତ ଧାତୁ ଖାଇଲେ ବି ତାହା ହଜମ ହେଇଯାଉଥିଲା । ଆଶ୍ଚର୍ଯ୍ୟର କଥା ସେ ଯଦି କଦଳୀ, ସିଝା ଅଣ୍ଡା ପରି ସରଳ ଖାଦ୍ୟ ଖାଉଥିଲେ ତାଙ୍କ ଦେହ ଖରାପ ହୋଇ ଯାଉଥିଲା ।

Leave A Reply

Your email address will not be published.