Latest Odisha News

ତୃତୀୟ ପର୍ଯ୍ୟାୟ ମତଦାନ: ୭୧ ପ୍ରତିଶତ ମତଦାନ ସହିତ ଇଭିଏମରେ ସିଲ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର: ରାଜ୍ୟରେ ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିମରେ ସିଲ୍ ହୋଇଛି ରାଜଧାନୀ ଭୁବନେଶ୍ବର ସମେତ ପୁରୀ, କଟକ, ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳର ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ । ତୃତୀୟ ପର୍ଯ୍ୟାୟରେ ମୋଟ ୭୧% ଭୋଟ ଗ୍ରହଣ ହୋଇଛି ।ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଶନିବାର ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ଭୋଟିଂ ସରିଛି। ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।

ତେବେ ଏହି ପର୍ଯ୍ୟାୟରେ ରାତି ୧ଟା ସୁଦ୍ଧା ଭାରତର ମୋଟ ୭୧%  ଭୋଟ ଗ୍ରହଣ ହୋଇଛି  । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ  ଶନିବାର ଭୁବନେଶ୍ୱରରେ ୬୨%, କଟକରେ ୬୭.୩୬%, ଢେଙ୍କାନାଳରେ ୭୩.୬୯%, କେନ୍ଦୁଝରରେ ୭୩.୩%, ପୁରୀରେ ୭୩.୮୧% ଏବଂ ସମ୍ବଲପୁରରେ ୭୬.୬୩% ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ବହୁ ହେଭିଓ୍ବେଟ ନେତା ତଥା  ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ଭର୍ତ୍ତୃହରି ମହତାବ, ସଂତୃପ୍ତ ମିଶ୍ର, ସମ୍ବିତ୍‌ ପାତ୍ର, ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ମନ୍ମଥ ରାଉତରାୟ ଇତ୍ୟାଦିଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି ।

ସୂଚନାଯୋଗ୍ୟ, ୨୦୧୯ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର ଅଧିକ ରହିଛି ବୋଲି ସୂଚନେ ଦେଇଛନ୍ତି ନିର୍ବାଚନ କମିଶନ ।  ଶେଷ ପର୍ଯ୍ୟାୟ ରିପୋର୍ଟ ଆସିବା ପରେ ମତଦାନ ହାର ଆହୁରି ଅଧିକ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.