Latest Odisha News

BREAKING NEWS

ରାମ ମନ୍ଦିରରେ ବ୍ୟାନ ହେଲା ମୋବାଇଲ

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ ଖବର । ମନ୍ଦିର ଭିତରକୁ ନେଇପାରିବେନି ମୋବାଇଲ୍ ଫୋନ୍ । ମୋବାଇଲ ଫୋନ ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଇବାକୁ ରାମ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ଭକ୍ତଙ୍କ ସୁରକ୍ଷା ତଥା ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛି ଟ୍ରଷ୍ଟ ।

ସୂଚନା ପ୍ରଦାନ କରି ମନ୍ଦିର ଟ୍ରଷ୍ଟ କହିଛି ଯେ, ମନ୍ଦିର ପରିସରରେ ମୋବାଇଲ୍ ତଥା ଅନ୍ୟ କୌଣସି ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଅଛି | ସମସ୍ତ ଭକ୍ତ ଏହି ସୁବିଧାଗୁଡ଼ିକର ଲାଭ ଉଠାଇବା ସହ ବ୍ୟବସ୍ଥାର ପରିଚାଳନାରେ ସହଯୋଗ କରିବା ଉଚିତ୍ ବୋଲି କହିଛି ଟ୍ରଷ୍ଟ ।

ଅଯୋଧ୍ୟାରେ ଗତ ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ବେଦମନ୍ତ୍ର ଉଚ୍ଚାରଣ ସହ ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ରାମଲାଲାଙ୍କ ବିଗ୍ରହର ହୋଇଥିଲେ ଜୀବନ୍ୟାସ ।

Leave A Reply

Your email address will not be published.