Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ, ୧୦ଟି ରୋଚକ କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା ।

ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ଆମ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୩ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।

କୁହାଯାଏ, ଭାରତୀୟ ସମ୍ବିଧାନ ଦୁନିଆର ସବୁଠୁ ବଡ ସମ୍ବିଧାନ । ଏହାକୁ ଗୋଟିଏ ଦିନରେ ପଢିବା ପ୍ରାୟତଃ ଅସମ୍ଭବ ହୋଇଥାଏ । ଏଥିରେ ୪୪୮ଟି ଅନୁଚ୍ଛେଦ ରହିଛି ।

ଦେଶକୁ ସ୍ୱାଧୀନତା ମିଳିବାର ପ୍ରାୟ ୨ ବର୍ଷ ୧୧ ମାସ ପରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା ।

ଏହି ଦିବସ ରାଜଧାନୀ ଦିଲ୍ଲୀ ସମେତ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ପାଳନ କରାଯାଇଥାଏ । ଏହାବ୍ୟତିତ ସେଠାକାର ରାଜ୍ୟପାଳ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥାନ୍ତି ।

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଏହି ପରମ୍ପରା ପାଖାପାଖି ୧୯୫୦ ମସିହାରୁ ଚଳି ଆସୁଛି ।

ଦେଶର ପ୍ରଥମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ଆମନ୍ତ୍ରିତ କରାଯାଇଥିଲା ।

୧୯୫୫ ମସିହା ଜାନୁଆରୀ ୨୬ ତାରିଖ ଦିନ ଆୟୋଜିତ ସାଧାରଣତନ୍ତ୍ର ସମାରୋହରେ ପାକିସ୍ତାନର ଗଭର୍ନର ଜେନେରାଲ ମଲିକ ଗୁଲାମ ମହମ୍ମଦ ବିଶେଷ ଅତିଥି ହୋଇଥିଲେ ।

ଆହୁରି ମଧ୍ୟ ୧୯୬୫ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ହିନ୍ଦୀକୁ ଭାରତର ରାଷ୍ଟ୍ର ଭାଷା ଭାବେ ମାନ୍ୟତା ମିଳିଥିଲା ।

ପ୍ରାୟ ୧୯୫୫ ମସିହାରେ ରାଜପଥରେ ପ୍ରଥମ ଥର ଲାଗି ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା ।

ଏକ ରିପୋର୍ଟ ଅନୁଯାୟୀ ୧୯୫୦ ମସିହା ଠାରୁ ୧୯୫୪ ମସିହା ଯାଏଁ ସାଧାରଣତନ୍ତ୍ର ଦିବସର ପ୍ୟାରେଡ ଦିଲ୍ଲୀର ରାଜପଥ ବ୍ୟତିତ ଇରବିନ୍ ଷ୍ଟାଡିୟମ (ବର୍ତ୍ତମାନର ନ୍ୟାସନାଲ୍ ଷ୍ଟାଡିୟମ), ଲାଲ କିଲ୍ଲା ଏବଂ ରାମ ଲୀଳା ଭଳି ସ୍ଥାନରେ ଆୟୋଜିତ ହୋଇଥିଲା ।

Adobe ImageReady

Comments are closed.