Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ୭ ଭିଜିଲାନ୍ସ ଅଧିକାରୀ ପାଇବେ ରାଜ୍ୟପାଳଙ୍କ ପଦକ

କଟକ/ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ୭ ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ପଦକ ପ୍ରଦାନ କରି ସମ୍ମାନିତ କରିବେ ।

ଏଠାରେ ପ୍ରକାଶଥାଉକି, ୨୦୧୯ ବର୍ଷ ନିମନ୍ତେ ରାଜ୍ୟପାଳ ପଦକ ଭିଜିଲାନ୍ସ ସ୍ୱତନ୍ତ୍ର ସେଲର ଡିଏସପି ସରୋଜ କୁମାର ସାମଲ ଏବଂ ଇନସପେକ୍ଟର ପ୍ରଣୀତା କୁମାରୀ ରାୟ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ ପଦକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଏଏସଆଇ (ସହକାରୀ ଉପ ଆରକ୍ଷୀ ନୀରିକ୍ଷକ) ଶିବ ନାରାୟଣ ରଥ ଏବଂ ପ୍ରଶଂସନୀୟ ସେବା ନିମନ୍ତେ ପୋଲିସ ପଦକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଇନସପେକ୍ଟର୍ ସ୍ମିତାରାଣୀ ମହାନ୍ତି, କନେଷ୍ଟବଳ ସନାତନ ସାହୁ ଓ ପ୍ରଶାନ୍ତ କୁମାର ସାହୁ ଏବଂ ଭିଜିଲାନ୍ସ ବ୍ରହ୍ମପୁର ଡିଭିଜନର କନେଷ୍ଟବଳ ଦୁର୍ଗାପ୍ରସାଦ ହୋତାଙ୍କୁ ରାଜ୍ୟପାଳଙ୍କ ପକ୍ଷରୁ ପ୍ରଦାନ କରାଯିବ ।

ଏହି ସମସ୍ତ ଅଧିକାରୀଙ୍କୁ ସେମାନଙ୍କର ସଫଳତା ନିମନ୍ତେ ଭିଜିଲାନ୍ସ ନେର୍ଦ୍ଦେଶକ ଡଃ ଦେବାଶୀଷ ପାଣିଗ୍ରାହୀ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.