Latest Odisha News

BREAKING NEWS

ଟେଲି ଅଭିନେତ୍ରୀ ସେଜଲଙ୍କ ଆତ୍ମହତ୍ୟା

ମୁମ୍ବାଇ: ଅଭିନେତା କୁଶଲ ପଂଜାବୀଙ୍କ ପରେ ଏବେ ଆଉ ଜେଣ ଟେଲି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି ।

ହିନ୍ଦୀ ସରିଏଲ ‘ଦିଲ୍ ତୋ ହାପି ହୈ ଜି’ର ଅଭିନେତ୍ରୀ ସେଜଲ ଶର୍ମା ଶୁକ୍ରବାର ମୁମ୍ବାଇ ସ୍ଥିତ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି ।

ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡିନଥିବାବେଳେ ତାଙ୍କ ମୃତଦେହ ନିକଟରୁ ଏକ ସୁସାଇଡ୍ ନୋଟ୍ ମିଳିଛି । ଏଥିରେ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ନୁହନ୍ତି ବୋଲି ସେ ଲେଖିଛନ୍ତି ।

ଅପରପକ୍ଷରେ ପୋଲିସ ସେଜଲଙ୍କ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ସୂଚନା ମୁତାବକ, ସେଜଲ ଅନେକ ଦିନରୁ ମାନସିକ ଚାପରେ ଥିଲେ । ସେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ଚିନ୍ତିତ ରହୁଥିଲେ । ଏଭଳି ମଧ୍ୟ କୁହାଯାଉଛି ଯେ, ରୁମ୍‌ମେଟ୍‌ଙ୍କ ସହ ତାଙ୍କର କୌଣସି କଥାକୁ ନେଇ ଝଗଡା ହୋଇଥାଇପାରେ । ଏହାପରେ ସେ ଆତ୍ମହତ୍ୟା କରିଥାଇପାରନ୍ତି ।

ସେଜଲଙ୍କ ପରିବାର ଲୋକେ ମୃତୁଦେହକୁ ତାଙ୍କ ଜନ୍ମସ୍ଥାନ ଉଦୟପୁର ନେଇଯିବେ । ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ।

ସେପଟେ ସେଜଲଙ୍କ ମୃତ୍ୟୁ ଖବର ଶୁଣି ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ କୋଷ୍ଟାରମାନେ ଏ ଖବରକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ୨୪ ବର୍ଷୀୟ ସେଜଲ ଶର୍ମାଙ୍କ ପ୍ରଥମ ଟିଭି ସିରିଏଲ୍ ‘ଦିଲ୍ ତୋ ହାପି ହୈ ଜି’ ଥିଲା । ଏଥିରେ ସେ ସିମ୍ମି ଭୂମିକାରେ ଅଭିନୟ କରିଥିଲେ ।

ଏହା ପୂର୍ବରୁ ସେ ଅନେକ ବିଜ୍ଞାପନ ଓ ୱେବ୍ ସିରିଜ ମଧ୍ୟ କରିଛନ୍ତି । ତାଙ୍କ ଫେମସ ୱେବ୍ ସିରିଜ ହେଉଛି ‘ଆଜାଦ ପରିନ୍ଦେ’ ।

 

Leave A Reply

Your email address will not be published.