Latest Odisha News

BREAKING NEWS

ବାତ୍ୟା ‘ଅମ୍ଫାନ’ ନେଲା ପଶ୍ଚିମବଙ୍ଗରେ ୭୨ ଜଣଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ବିଭିଷିକା ରଚିଛି ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ଜୀବନ ଯାଇଛି । ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସେ କହିଛନ୍ତି, ପ୍ରକୃତିର ଏଭଳି ରୂପ ସେ ଆଗରୁ କେବେ ଦେଖି ନଥିଲେ । ଏବେ ବି ଅବସ୍ଥା ସୁଧୁରିନ ।  କେତେ କ୍ଷତି ହୋଇଛି ସେ ନେଇ ସ୍ପଷ୍ଟ ଜଣାପଡିନାହିଁ । ଏହାର ଆକଳନ ଚାଲିଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟର ବାତ୍ୟାଂଚଳ ବୁଲି ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ମମତା ।

ବାତ୍ୟା ଅମ୍ଫାନ ଘଂଟାପ୍ରତି ୧୬୦ ରୁ ୧୮୦ କିଲୋମିଟର ବେଗରେ ବହିବା ସହ ପ୍ରବଳ ବର୍ଷା ହୋଇଥିଲା । ବାତ୍ୟାରେ କୋଲକାତାର ବିମାନବନ୍ଦରରେ ବ୍ୟାପକ କ୍ଷତି ପହଁଚାଇଛି । କେତେକ ଅଂଚଳରେ ପାଣି ଜମି ରହିଛି । ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସୁନ୍ଦରବନରେ ବାତ୍ୟା ଅମ୍ଫାନ ମାଡ ହୋଇଥିଲା ।

Leave A Reply

Your email address will not be published.