Latest Odisha News

BREAKING NEWS

‘ଅମ୍ଫାନ’କୁ ନେଇ ସଠିକ୍ ହେଲା ଆକଳନ: ଆଇଏମଡି

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନକୁ ନେଇ ସଠିକ୍ ହୋଇଛି ଭାରତୀୟ ପାଣିପାଗ ବିଭାଗର ଆକଳନ । ସଠିକ୍ ଆକଳନ ଯୋଗୁଁ ଜୀବନହାନୀକୁ କମ କରାଯାଇ ପାରିଛି । ଆଇଏମଡିର ଆକଳନ ଅନୁସାରେ ପଶ୍ଚିମବଙ୍ଗ ଦୀଘା, ବାଂଲାଦେଶ ହାତିଆ ସୁନ୍ଦରବନରେ ବାତ୍ୟା ସ୍ଥଳଭାଗ ଛୁଇଁଛି । ପବନର ବେଗ ଯାହା ଯେମିତି ଆକଳନ କରାଯାଇଥିଲା ତାହା ବି ସଠିକ ହୋଇଥିବା କହିଛନ୍ତି ଭାରତୀୟ ପାଣିପାର ବିଭାଗ ନିର୍ଦେଶକ ମୃତ୍ୟୁଂଜୟ ମହାପାତ୍ର ।

ଆଇଏମଡି ସବୁ ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ବାତ୍ୟା ଅମ୍ଫାନକୁ ନେଇ ଅପଡେଟ୍ ତଥ୍ୟ ଦେଶବାସୀଙ୍କୁ ଜଣାଉଥିଲେ । ଆଇଏମଡି ଡିଜି ସବୁ ସମୟରେ ସବିଶେଷ ତଥ୍ୟ ଗଣମାଧ୍ୟମ ଜରିଆରେ ଜଣାଉଥିଲେ । ତେବେ ଭାରତୀୟ ପାଣିପାଗ ବିଭାଗ ଯାହା ଆକଳନ କରିଛି ତାହା ସଠିକ ହେବାରୁ ଧନଜୀବନ କ୍ଷୟକ୍ଷତ ଖୁବ୍ କମିଥିବା ମୃତ୍ୟୁଂଜୟ ମହାପାତ୍ର କହିଛନ୍ତି।

ବାତ୍ୟା ପ୍ରଭାବରେ ଓଡିଶାର ୫ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମବଙ୍ଗର କୋଲକାତା , ହୁହୁଳି, ହାୱାଡା ବିଶେଷ ପ୍ରଭାବିତ ହୋଇଛି। ଏସବୁ ଅଂଚଳ ପ୍ରଭାବିତ ହେବ ବୋଲି ପୂର୍ବରୁ ଆକଳନ କରିସାରିଥିଲା ଭାରତୀୟ ପାଣିପାଗ ବିଭାଗ ।

Leave A Reply

Your email address will not be published.