Latest Odisha News

ସୁଭଦ୍ରା ପଞ୍ଜିକରଣ କଲେଣି ୭୨ ଲକ୍ଷ ମହିଳା, ୧ କୋଟିରୁ ଅଧିକ ସାମିଲ ହେବେ

ଭୁବନେଶ୍ବର: ଏଯାବତ ସୁଭଦ୍ରାରେ ଭରିଲେଣି ୭୨ ଲକ୍ଷ ମହିଳା । ମୋଟ ୧ କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ତେବେ ଆଜି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାର ସାଙ୍ଗେ ସାଙ୍ଗେ ରାଜ୍ୟର କିଛି ଯୋଗ୍ୟ ମହିଳା ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ସହାୟତା ରାଶିର ପ୍ରଥମ କିସ୍ତି ୫ ହଜାର ଟଙ୍କା । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ଓଡିଶାର ମା ଓ ଭଉଣୀଙ୍କ ପାଇଁ ସୁଭଦ୍ରା ହେଉଛି କୋଦିଙ୍କ ଗ୍ୟାରେଣ୍ଟି । ଏହି ଯୋଜନାରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ । ଗତକାଲି ସୁଦ୍ଧା ଏନେଇ ୭୨ ଲକ୍ଷ ମହିଳା ପଞ୍ଜିକରଣ କରିସାରିଛନ୍ତି ।  ଏଥିସହିତ ପ୍ରଭାତି ପରିଡା କହିଛନ୍ତି, ସଂଘର୍ଷରୁ ସଶକ୍ତି, ସଶକ୍ତିରୁ ସମୃଦ୍ଧି, ସମୃଦ୍ଧିରୁ ବିକାଶ ଏବଂ ବିକାଶିତ ଓଡିଶାର ପ୍ରାଣପିଣ୍ଡ ‘ସୁଭଦ୍ରା’ ଯୋଜନା ହେବ ।

Leave A Reply

Your email address will not be published.