Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ୭୨ କରୋନା ଆକ୍ରାନ୍ତ, ୩ ଲକ୍ଷ ୩୬ ହଜାର ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୨ କରୋନା ଆକ୍ରାନ୍ତ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ବିଭାଗର ସୂଚନା ଅନୁଯାୟୀ କଟକରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ୮ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଖୋର୍ଦ୍ଧା ଓ ସମ୍ବଲପୁରରୁ ୪ ଜଣ ସୁସ୍ଥ ହୋଇଛନ୍ତି। ତେବେ ଏହାକୁ ମିଶାଇ ଏପର‌୍ୟ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୦୬୬ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.