Latest Odisha News

BREAKING NEWS

ପରମବୀର ସିଂଙ୍କୁ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଥିଲେ, ପ୍ରତି ମାସରେ ୧୦୦ କୋଟି ଯୋଗାଡ କର !

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଏକ ବୟାନ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ଏପରି କି ଏହି ଝଡ ମହାରାଷ୍ଟ୍ର ସରକାର ପତନର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ପରମବୀର କହିଛନ୍ତି ସଚିନ ବଝେଙ୍କୁ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ, ପ୍ରତି ମାସରେ ୧୦୦ କୋଟି ଟଙ୍କା ଯୋଗାଡ କର । ଏପରି କି ଏ ନେଇ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ପତ୍ର ଲେଖି ଜଣାଇଥିଲେ ବୋଲି କହିଛନ୍ତି । ଅନୀଲ ଦେଶମୁଖ ଅନେକଥର ବାଝେଙ୍କୁ ତାଙ୍କ ଜ୍ଞାନେଶ୍ୱର ବଙ୍ଗଳାକୁ ଡକାଇ ଫଣ୍ଡ ଏକତ୍ରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅର୍ଥ ଉଦ୍ଧବଙ୍କ ନାମରେ ଜମା କରିବାକୁ ସେ କହିଥିଲେ । ଏହି ଆଲୋଚନା ବେଳେ ପର୍ସନାଲ ସେକ୍ରେଟାରୀ ମିଷ୍ଟର ପଲାଣ୍ଡ ବି ଉପସ୍ଥିତ ଥିଲେ ।

ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ସୂଚନା ଦେଇଥିଲି ବୋଲି ପରମବୀର କହିଛନ୍ତି । ଅପରପକ୍ଷରେ ଅନୀଲ କହିଛନ୍ତି ଏଂଟାଲିଆ ଓ ମୁକେଶ ହିରେନ କେସରେ ବାଝେ ଫସିଥିବାରୁ ପରବୀର ଏଥିନେଇ ଭୟ କରୁଛନ୍ତି । ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ନିଜକୁ ବଂଚାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.